ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଆସ ସ୍କୁଲଯିବା ଅଭିଯାନ 

ଧରାକୋଟ ରେ ଆସ ସ୍କୁଲଯିବା ଅଭିଯାନ 

ଆସିକା, ୨୮/୩/୨୬ (ଶିବ ଶଙ୍କର ମିଶ୍ର ) ବିକାଶିତ ଓଡିଶା ଗଠନ ନିମନ୍ତେ ସରକାରଙ୍କ ନୂତନ ଶିକ୍ଷାନୀତି 2020 ଅନୁଯାୟୀ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକା ଆରମ୍ଭ କରାଯାଇଛି । 2026-27 ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ମାସ ସୁଦ୍ଧା ପାଞ୍ଚ ବର୍ଷ ରୁ ଅଧିକ ପିଲାଙ୍କୁ ଶିଶୁ ବାଟିକା ଓ ଛଅ ବର୍ଷ ରୁ ଅଧିକ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ଏପ୍ରିଲ ଦୁଇ ତାରିଖରେ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ପ୍ରତ୍ୟେକ ବିଦ୍ୟାଳୟରେ ଆୟୋଜନ କରାଯାଉଛି । ଏହି ଅବସରରେ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ତରଫରୁ ଯୋଗ୍ୟ ଶିଶୁ ମାନଙ୍କ ଘରକୁ ଯାଇ ଶିଶୁ ବାଟିକା ରେ ନାମ ଲେଖାଇବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁ, ଏସ ଏମ ସି ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ନାୟକ, ସାମ୍ବାଦିକ ଶିଶିର ମହାନ୍ତି,ଶିକ୍ଷକ ବିଧୁ ଭୁଷଣ ରାଉତ,ଗଣପତି ଗମାଙ୍ଗ,ଅନିଲ ନାୟକ, ସୁନୀଲ ସାହୁ,ଅଜିତ ନାୟକ, ଦମୟନ୍ତୀ ଦାସ ଓ ସୁପର୍ଣ୍ଣା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଅଭିଭାବକ ଓ ଶିଶୁ ମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ ପାଇଁ ସମସ୍ତେ ଉତ୍ସାହିତ କରିଥିଲେ।

Related posts

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ଧରାକୋଟ ରେ ମହିଳା ଦିବସ ପାଳନ 

masiha

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ କାଶୀପୁର ରେଞ୍ଜର ଗିରଫ

Sunil Chandra Nayak

Leave a Comment

error: Content is protected !!