ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ଭବାନୀପାଟଣା, ୦୯।୦୨ () ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅତି ଆଡମ୍ବରର ସହିତ ପାଳିତ ହୋଇଯାଇଛି। ଉକ୍ତ ମେଳାରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଈଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ନିପୂଣ ଭାରତ ଏବଂ ନିପୂଣ ମେଳାର ଅଭିପ୍ରାୟ ବିଷୟରେ ଆଲୋକପାତ କରାଇଥିଲେ। ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାରତ ଭୁଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଏବଂ ନିପୂଣ ଓଡ଼ିଶାର ଲକ୍ଷ୍ୟ ବିଷୟରେ କହିଥିଲେ। ଉକ୍ତ ମେଳାରେ ଭଟାଙ୍ଗପଦର ସମିତି ସଭ୍ୟ ରୁପେନ୍ ଛତ୍ରିଆ, ସରପଞ୍ଚ ମାଝୀ ଯୋଗଦେଇ ପଞ୍ଚାୟତ ତଥା ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟରେ ନିପୂଣ ଭାରତର ଲକ୍ଷ୍ୟ ହାସଲ ହେବା ବାର୍ତ୍ତା ଦେଇଥିଲେ । ୧୬ଟି ବିଦ୍ୟାଳୟରୁ ପ୍ରାୟ ୧୫୦ ଛାତ୍ରଛାତ୍ରୀ ଯୋଗ ଦେଇ ସଂଖ୍ୟାଜ୍ଞାନ କୋଣ, ସାକ୍ଷରତା କୋଣ, ସୃଜନାତ୍ମକ କୋଣ ଇତ୍ୟାଦି ବୁଲି ଦେଖିଥିଲେ। ମେଳାର ଉଦଯାପନୀ ପର୍ବରେ ମୌଳିକ ସଂଖ୍ୟାଜ୍ଞାନ ଏବଂ ସାକ୍ଷରତାରେ ସମର୍ପିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ମେଳାର ଆୟୋଜନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗିତାରେ ମେଳା ସାଫଲ୍ୟମଣ୍ଡିତ ହେଇଥିଲା। 

( ମ ନି ସ ) 

Related posts

ଜୁନାଗଡ଼ରେ ଡ଼.ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

masiha

କଳାହାଣ୍ଡି:ଇନ୍ଦ୍ରାବତୀରୁ ରବି ଜଳ ସେଚନ ବନ୍ଦ ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

masiha

କାହା ସ୍ବାର୍ଥରେ ଉଦ୍ଯାନ ବିଭାଗ ? କାର୍ଯ୍ଯାଳୟ କୋଠାକୁ କାର୍ଯ୍ଯ କ୍ଷମ କରିବାରେ ଅବହେଳା !!

Sunil Chandra Nayak

Leave a Comment

error: Content is protected !!