ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

ନର୍ଲା (ମନିସ)ନର୍ଲା ବ୍ଲକର ବିଭିନ୍ନ ଜାଗାରେ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କ୍ରମରେ ଗିଗିନା ପଞ୍ଚାୟତର ସିନାଙ୍ଗ ଠାରେ ମଧ୍ୟ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଜିଲ୍ଲା ଡମ ସମାଜର କାର୍ଯ୍ୟ କାରୀ ସଭାପତି ଅଭିରାମଙ୍କ ଉଦ୍ୟମରେ ଏବଂ ନର୍ଲା ବ୍ଲକର ଡମ ସମାଜ ସଭାପତି ରଜନୀ କୁମାରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା ।ସଭାକାର୍ଯ୍ୟ ପ୍ରାରମ୍ଭରେ ମୁଖ୍ୟ ଅତିଥି ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଉପସ୍ଥିତ ରହି ବାବା ସାହେବଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ,ଧୂପ ପ୍ରଦାନ କରିଥିଲେ।ଏଥିରେ ଦୁଇ ଶହରୁ ଉର୍ଦ୍ଧ୍ବ ଆମ୍ବେଦକର ପ୍ରେମୀ ଉପସ୍ଥିତ ରହିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକେ ଉପସ୍ଥିତ ରହିଥିଲେ। ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ସାରଦା ପ୍ରସାଦ ସ୍ୱାଇଁ , ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ ,ବରୁଣ ନାଏକ, ଆନନ୍ଦ ମହା ନନ୍ଦ,ମୁଖ୍ୟ ବକ୍ତା ପ୍ରଶାନ୍ତ ନାଏକ,ଗୋପାଳ ନାଗ,ଦିବାକର ବାଗ,ଋଷି ନାଗ,ଜଗନ୍ନାଥ କୁମାର,ଦିଲ୍ଲୀପ ହରପାଲ ,ପର୍ଶୁ କୁମାର, କୀଚକ୍ ହରପାଲ,ରସ୍ପତ୍ ହରପାଲ୍, ଜନକ୍ କୁମାର,ଭୂପିନ କୁମାର, ପରସୁ କୁମାର ନାଗ,କ୍ଷମା ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ,  ପରୀକ୍ଷା ଦେଲେ ୧୭୩ ଜଣ ଛାତ୍ରଛାତ୍ରୀ

Sunil Chandra Nayak

ଟ୍ରକ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ବୈଠକ ଅନୁଷ୍ଠିତ , ନୂତନ କମିଟି ଗଠନ ନେଇ ପକ୍ରିୟା ଆରମ୍ଭ

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!