ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

୧୦ କିମି ରାସ୍ତା କୁ ୩୬ ମିନିଟ ରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କଲେ ନରିନ୍ଦ୍ର ଗହିର…

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି।

ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କ ଦ୍ବାରା ପ୍ରାୟୋଜିତ ଏହି ଗଣଦୌଡ ପ୍ରତିଯୋଗୀତା ଜୁନାଗଡ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମ କର୍ତ୍ତବ୍ୟ ଅନୁଷ୍ଠାନ ଠାରୁ ଧର୍ମଗଡ ଉତ୍ସଵ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥଲା।ପ୍ରତିଯୋଗିତାରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥଲେ। କର୍ତ୍ତବ୍ୟ ଅନୁଷ୍ଠାନ ର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ପ୍ରଚାର ପ୍ରସାର କମଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ମାଧବ ଲହଜଲ, ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ୧୦ କିମି ରାସ୍ତା କୁ ୩୬ ମିନିଟ ରେ ଅତିକ୍ରମ କରି ଧର୍ମଗଡ ବ୍ଲକ ରାଜମୋଟର ଗ୍ରାମର ନରିନ୍ଦ୍ର ଗହିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୩୭ ମିନିଟରେ କେସିଙ୍ଗା ର ନେତ୍ରମଣି ଶବର ଦ୍ଵିତୀୟ ଓ ୪୦ ମିନିଟ ରେ କଲମପୁର ମଣ୍ଡଳ ଗ୍ରାମର ଗିରିଧାରୀ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ବିଜୟୀ ପ୍ରତିଯୋଗୀ ଓ ପ୍ରତିଯୋଗୀତା ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ଧର୍ମଗଡ ଉତ୍ସଵ ପଡିଆ ମଞ୍ଚ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଅର୍ଥ କମିଟିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ପୁର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୫ ତାରିଖ ଦିନ ମୁଖ୍ୟ ମଞ୍ଚରେ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ’ ସଚେତନତା କାର୍ଯ୍ୟକ୍ରମ

masiha

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଗନ୍ଧ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !!

masiha

ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ

masiha

Leave a Comment

error: Content is protected !!