ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

୧୦ କିମି ରାସ୍ତା କୁ ୩୬ ମିନିଟ ରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କଲେ ନରିନ୍ଦ୍ର ଗହିର…

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି।

ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଙ୍କ ଦ୍ବାରା ପ୍ରାୟୋଜିତ ଏହି ଗଣଦୌଡ ପ୍ରତିଯୋଗୀତା ଜୁନାଗଡ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟ୍ରା ଗ୍ରାମ କର୍ତ୍ତବ୍ୟ ଅନୁଷ୍ଠାନ ଠାରୁ ଧର୍ମଗଡ ଉତ୍ସଵ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥଲା।ପ୍ରତିଯୋଗିତାରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥଲେ। କର୍ତ୍ତବ୍ୟ ଅନୁଷ୍ଠାନ ର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ପ୍ରଚାର ପ୍ରସାର କମଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ମାଧବ ଲହଜଲ, ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ୧୦ କିମି ରାସ୍ତା କୁ ୩୬ ମିନିଟ ରେ ଅତିକ୍ରମ କରି ଧର୍ମଗଡ ବ୍ଲକ ରାଜମୋଟର ଗ୍ରାମର ନରିନ୍ଦ୍ର ଗହିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୩୭ ମିନିଟରେ କେସିଙ୍ଗା ର ନେତ୍ରମଣି ଶବର ଦ୍ଵିତୀୟ ଓ ୪୦ ମିନିଟ ରେ କଲମପୁର ମଣ୍ଡଳ ଗ୍ରାମର ଗିରିଧାରୀ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ବିଜୟୀ ପ୍ରତିଯୋଗୀ ଓ ପ୍ରତିଯୋଗୀତା ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ଧର୍ମଗଡ ଉତ୍ସଵ ପଡିଆ ମଞ୍ଚ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଅର୍ଥ କମିଟିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ପୁର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନଶ୍ୟାମ ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୫ ତାରିଖ ଦିନ ମୁଖ୍ୟ ମଞ୍ଚରେ ପୁରସ୍କୃତ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ଭକ୍ତଙ୍କର ଆସ୍ଥା ଓ ବିଶ୍ବାସ ସାଜିଛି ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

Sunil Chandra Nayak

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!