ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

ରାଉରକେଲା/ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ଅରୁଣ କୁମାର ମିଶ୍ର ମୁଖ୍ୟଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଡଃ ମିଶ୍ର ଶକ୍ତିକୁ ସଠିକ୍ ଉପଯୋଗ, ଅନାବଶ୍ୟକ ସ୍ଥଳେ ବ୍ୟବହାର ନକରିବା ଓ ଅକ୍ଷୟ ଶକ୍ତି, ପେଟ୍ରୋଲ ଡିଜେଲ ବେଶି ବ୍ୟବହାର ନକରି ସାଇକେଲ ବ୍ୟବହାର କରିବା, ସୂର୍ଯ୍ୟ କିରଣରୁ,ଜଳରୁ, ଜଳ ସ୍ରୋତରୁ,ସମୁଦ୍ର ପବନ, ଆଗ୍ନେୟଗିରି, ସମୁଦ୍ର ଢେଉରୁ କିପରି ଶକ୍ତି ଉତ୍ପାଦନ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଉତ ଏଥିପାଇଁ ସଚେତନତା ଉପରେ ଗୁରୁତ୍ବାରୋପ ସହ ଶକ୍ତି ଓ ଜଳ ଅପଚୟ ନକରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମାନସ ରଂଜନ ମହାନ୍ତି, ନିବେଦିତା ମହାନ୍ତି, ନିରଞ୍ଜନ ପରିଡା, ପୁରାତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନର ସମାଜସେବୀ ବେଣୁଧର କୁମ୍ଭାର, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଇକୋ କ୍ଲବର ଦୁର୍ଗାବତୀ ବଡାଇକଙ୍କ ତତ୍ତ୍ବାବଧାନରେ ଛାତ୍ର ଶୁଭମ କୁମାର ସାହୁ ଓ ଆୟୁଷ ବିଶ୍ବାଳ ଏ ସଂପର୍କରେ ଦୁଇଟି ପ୍ରୋଜେକ୍ଟକୁ ମୁଖ୍ୟଅତିଥି ଉଦଘାଟନ କରିବା ସହ ପ୍ରଶଂସା ଓ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମହାପାତ୍ର ଶକ୍ତି ସଂରକ୍ଷଣ ନେଇ ସମସ୍ତଙ୍କୁ ଶପଥ ପାଠ କରାଇଥିବା ବେଳେ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନର ରବିନ୍ଦ୍ର ସେଠୀ, ଅନିଲ ବିଶ୍ବାଳ, ଭୀମସେନ ଛତ୍ରିଆ, ଶିକ୍ଷୟିତ୍ରୀ ସୌମିତ୍ରୀ ମିଶ୍ର, ରୋଶନୀ ଏକ୍କା,ସୁମିତ୍ରା ବଡାଇକ, ବବିତା ଜେନା, ଅଦିଶେଷ ବେହୁରିଆ,ଶିବପ୍ରସାଦ ଅଙ୍ଗରାଇ, ମହେଶ୍ଵରୀ ବେହେରା, ସୁକନ୍ୟା ପାଣ୍ଡିଆ, ଅନିତା ପରିଡା,ପୁଷ୍ପା ତନ୍ତୀ, ନିରନ୍ତର ହରୋ,ମୀନାକ୍ଷୀ ପାତ୍ର, ଝରଣା ଜେନା, ଅନିମା ମିଶ୍ର, ପ୍ରଜ୍ଞା ପରମିତା ଦାଶ, ପ୍ରୀତିନନ୍ଦା ଚୌଧୁରୀ,ଶ୍ରଦ୍ଧାଞ୍ଜଳି କର, ସୁଜାତା ଜେନା, ସ୍ମିତା ମୟୀ ସାମଲ,ପୁଷ୍ପଲତା ପ୍ରଧାନ,ସ୍ନେହଲତା ସାହୁ, ସରିତା ପରିଡା ଓ ଏସଏମସି ସଭ୍ୟ ପ୍ରମିତା ସାହୁ, ତୁଳସୀ ନାଏକ, ମୌସମୀ ମୋଦକ, ପିଙ୍କି ବାରିକ, ସାବିତ୍ରୀ କେଛୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

masiha

କଭାଲ୍ୟା ଫଉଣ୍ଡେସନର ପୃଷ୍ଟିକର ଖାଦ୍ୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

masiha

Leave a Comment

error: Content is protected !!