ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା: ବିଜୁ ଫୋର ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର 

ଗୋଲାମୁଣ୍ଡା: ବିଜୁ ଫୋର ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର 

ଆଜି ସକାଳେ ସିନାପାଲି ବିଜୁ ଫୋର ୱେ ବୃନ୍ଦାବାହାଲ ଛକ ଷ୍ଟ୍ରକଚର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।କୌଣସି ଏକ କାମରେ କୋକସରା ବ୍ଲକ ଅଧିନସ୍ଥ ଟେମରା ଏବଂ ଜୟପାଟଣା ବ୍ଲକ ଦୁଲୁକିବନ୍ଧ ଗ୍ରାମର ପୂଜା ନାଏକ (୧୬), କଳ୍ପନା ନାଏକ (୩୫) ଓ ହେମରାଜ ନାଏକ (୪୩) ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲି ବ୍ରାହ୍ମଣପଡାରୁ ଏକ ସ୍କୁଟି ଯୋଗେ ନିଜ ଗ୍ରାମ କୁ ଫେରୁଥିଲେ । ଏହି ସମୟରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଛକ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ପୂଜା ନାଏକ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟି ଚାଳକ ହେମରାଜ ନାଏକଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାରକରି ଅଗ୍ନିଶମ ଗାଡି ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଆହତ କଳ୍ପନା ନାଏକଙ୍କୁ ଧର୍ମଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବାର ସୂଚନା ମିଳିଛି।ତେବେ ହେମରାଜ ନାଏକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣାରୁ ବୁର୍ଲା କୁ ସ୍ଥାନାନ୍ତରଣ କରାଯାଇଛି । 

କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ମୃତକଙ୍କ ପରିବାର ବର୍ଗ ଶବ ରଖି ବସିଥିବା ବେଳେ ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳ କୁ ଯାଇ ଅନୁସନ୍ଧାନ ଜାରି ରଖିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ସମ୍ବିଧାନ ର ପ୍ରସ୍ତାବନା ପାଠ

Sunil Chandra Nayak

ଧର୍ମଗଡ଼ ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!