ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମା ଅଗ୍ନି ଗଙ୍ଗାମାଠାକୁରାଣୀ ଯାତରା ଉପଲକ୍ଷେ ପ୍ରଥମ ବୈଠକ , ୨- ବନ୍ଧୁଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ‘ବିକଶିତ ‘ଗାଁ ‘ବିକଶିତ ଓଡ଼ିଶା କୁ ନେଇ ଗ୍ରାମ ସଭା ଆୟୋଜିତ 

ମା ଅଗ୍ନି ଗଙ୍ଗାମାଠାକୁରାଣୀ ଯାତରା ଉପଲକ୍ଷେ ପ୍ରଥମ ବୈଠକ 

ବନ୍ଧୁଗାଁ ତା, ୧୨/୨/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ନିଲାବାଡ଼ି କଲ୍ୟାଣ ମଣ୍ଡପ ଠାରେ ଆଜି ମା ଅଗ୍ନି ଗଙ୍ଗାମାଙ୍କ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଯାତରା ଆରମ୍ଭ ପାଇଁ ସାଧାରଣ ଭାବରେ ପ୍ରଥମ ବୈଠକ ହୋଇଥିଲା I ପାରମ୍ଫାରିକ ଠାରୁ ଚାଲୁ ଆସୁଥିବା ଏହି ଦକ୍ଷିଣ ଓଡିଶାର ଆନ୍ଦ୍ର ସୀମାନ୍ତ ବ୍ଲକର ନିଲାବାଡ଼ି ଠାରେ ଚଳିତ ମାସର ଶେଷ ସପ୍ତାହ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଶେଷ ହବାକୁ ଥିବା ଯାତ୍ରା କୌଣସି କାରଣ ଯୋଗୁଁ ଚଳିତ ବର୍ଷ ଯାତ୍ରା ହବାର ଡେରି ହୋଇପାରେ ବଲି ବିଶେଷ ସୂତ୍ରରୁ ମିଳିଛି I ଚଳିତ ବର୍ଷ ୧୦/୩/୨୫ ରୁ ଆରମ୍ଭ ହୋଇ ୧୮/୩/୨୫ ରେ ଶେଷ ହବ ବଲି ଆଜି ମା ଅଗ୍ନି ଗଙ୍ଗାମା ଠାକୁରାଣୀ ପୂଜା କମିଟି ଓ ସରକାର କର୍ମଚାରି ଙ୍କ ଉପସ୍ଥିତ ରେ ତାରିଖ ଧାର୍ଯ୍ୟ ହୋଇଥିବାର ଜାଣିବାକୁ ପାଇଛୁ I ଏହି ମା ଅଗ୍ନି ଗଙ୍ଗାମାଙ୍କ ୯ ଧରି ଚାଲୁରୋହିଥିବା ଜାତରା ରେ ଆନ୍ଦ୍ର ଓ ଓଡିଶା ରୁ ବହୁ ଦୂର ଦୁରାନ୍ତରୁ ଦୋକାନ ବଜାର ନେଇ ଏହି ଯାତ୍ରାରେ ବେପାର କରି ବହୁ ଲାଭ ବାନ ହୋଇଥାନ୍ତି I ଏହି ଯାତ୍ରା ଓଡିଶା ସରକାରଙ୍କ ଆଦେଶ ଅନୁଯାଇ ଚାଲିଥାଏ I ଏହି ଯାତ୍ରାରେ ଆନ୍ଦ୍ର ବେପାରି ବହୁତ ସ୍ୱାବଲମ୍ଭି ହୋଇଥାନ୍ତି I ଚଳିତ ବର୍ଷ ମାଙ୍କ ଯାତରା ଡେରିରୀ ହେବାକୁ ଥିବା ଖବର ଶୁଣି ଅଞ୍ଚଳବାସୀ ନିରାସ ହୋଇଥିବାର ଗୁମଷୁମ କଥା ଏ କାନରୁ ଅନ୍ୟ କାନକୁ ଗୁଞ୍ଜି ହୋଇ ଥିବାର ଜାଣିବାକୁ ପାଇଛୁ I ୨୦୨୪ ବର୍ଷ ରେ ବର୍ତମାନ ଦିନର ତାରିଖରେ ପ୍ରଥମ ଆଲୋଚନା ବୈଠକ ହୋଇ ସାରିଥିବା ବେଳେ ବର୍ତମାନ ୨୦୨୫ ରେ ମଧ୍ୟ ପୂଜା କମିଟି ଓ ସରକାରୀ କର୍ମଚାରିଙ୍କ ଉପସ୍ଥିତରେ ସାଧାରଣରେ ବୈଠକ ଶେଷ ହୋଇଛି I ଆଗାମୀ ଅଳ୍ପ ଦିନ ମଧ୍ୟରେ ପୂଜା କିପରି କେଉଁ ରୀତିନୀତି ଅନୁଯାଇ ପୂଜା କମିଟିର କେଉଁ କେଉଁ ଦାୟୀତ୍ୱ ରହିବ ତାକୁ ନେଇ ବନ୍ଧୁଗାଁ ବ୍ଲକର ତୋହସିଲ ଦାର ଓ ବିଡ଼ିଓଙ୍କ ଉପସ୍ଥିତରେ ଦ୍ୱିତୀୟ ବୈଠକ ବସା ଜୀବ ବଲି ଜାଣିବାକୁ ମିଳିଛି I ଆଜିର ବୈଠବରେ ପୂଜା କମିଟିର ସଭାପତି ବାଡ଼ି ମହେଶ୍ଵର, ସମ୍ଫାଦକ ଭିଡ଼ିଓ. ରାବି, କମିଟିର ପୂର୍ବତନ ସଭାପତି କିଶୋର ପଟ୍ଟନାୟକ, ବନମାଳି ନାଗ, ଦୁର୍ଯ୍ୟୋ ନାଗ, ସ୍ନ୍ୟାସୀ ବେନିଆ, ପୂଜା କମିଟିର ଯୁବକ ସଙ୍ଘ ଓ ଗ୍ରାମର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଗଣ ଉପସ୍ଥିତରେ ହୋଇଥିଲା I 

===================..==….

ବନ୍ଧୁଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ‘ବିକଶିତ ‘ଗାଁ ‘ବିକଶିତ ଓଡ଼ିଶା କୁ ନେଇ ଗ୍ରାମ ସଭା ଆୟୋଜିତ 

ବନ୍ଧୁଗାଁ ତା ୧୧/୨/୨୫ ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ଯ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ନେଇ ଗ୍ରାମ ସଭା ଆୟୋଜିତ ହୋଇଯାଇଛି। ପଞ୍ଚାୟତ ପିଇଓ ବୃନ୍ଦାବନ କଲେକା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗ୍ରାମସଭା ରେ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ସଭାପତିତ୍ବ କରିଥିଲେ । ଏଥିରେ ଗ୍ରାମ ପଞ୍ଚାୟତ ନାଇବ ସରପଞ୍ଚ ସନେୟା ମାଣ୍ଡିଙ୍ଗୀ, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ବିଜେପି ଜିଲ୍ଲା ସମ୍ପାଦକ ଶରତ ପାତ୍ର, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ପୂର୍ବତନ ସରପଞ୍ଚ ଜି ତ୍ରିପତି ରାଓ, ଏଡିଇଓ ଲିଙ୍ଗରାଜ ସାହୁକାର, ଯୋଗାଣ ସହାୟକ ଚନ୍ଦନ କୁମାର ଭଗି, ୱାର୍ଡ ମେମ୍ବର ଏ ସୁରେନ୍ଦ୍ର, ପୂର୍ଣ୍ଣ କାଡ୍ରାକା, ମେଲେକା ଲିମ୍ବେ, ବିମୁଡୁ ବାଘବଙ୍ଗସ, ମେଲେକା ଜ୍ୟୋତି, ଶ୍ରୀନୁ ମାଣ୍ଡିଙ୍ଗି, ସୂର୍ଯ୍ୟ ମେଲେକା, ସିରମେ ମେଲେକା, ଟ୍ରେପେକା ସିଲିକା ସମେତ ସ୍ଥାନୀୟ ବୁଦ୍ଧିଜୀବି ଭି ସୁରେନ୍ଦ୍ର,ଉତ୍ତମ ନାୟକ, ମୁକୁନ୍ଦ ବେବରା, ମିନା ବେବରା, ସଞ୍ଜୀବ କୁମାର ବାଙ୍ଗାରି, ପ୍ରକାଶ ବିଡିକା, ଲିମା , ଜଗାଲୁ ପଟ୍ଟନାୟକ, ରାଜୁ ନାଇକ, ଜି ସାତୀଶ କୁମାର , ଜି ରାମ କୁମାର , ଜି ଅଶୋକ ଓ ଅନେକ ଲୋକ ଉପସ୍ଥିତ ରହି ଥିଲେ । ପଞ୍ଚାୟତର ୧୨ ୱାର୍ଡ ଠାରୁ ଶତାଧିକ ପୁରୁଷ ମହିଳା ଉପସ୍ଥିତ ରହି ଥିଲେ । ରାଜ୍ଯ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୨୦୨୪ -୨୫ ରୁ ଆରମ୍ଭ କରି ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ।ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠି ର ୩୫ ପ୍ରତିଶତ ଟଙ୍କା କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ । ଶିକ୍ଷା ଭିତ୍ତିଭୂମିର ବିକାଶ ସହିତ କ୍ରୀଡା, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ଆଦି ମଧ୍ୟ ନିର୍ମାଣ କରିବାର ବ୍ୟବସ୍ଥା ରହିଛି।ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମ ସଭା ନିମନ୍ତେ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟ ସୂଚୀ କୁ ପିଇଓ ଶ୍ରୀ ବୃନ୍ଦାବନ ଙ୍କ ଦ୍ଵାରା ସମସ୍ତଙ୍କୁ ପଢ଼ି ଅବଗତ କରାଯାଇଥିଲା । ପ୍ରକଳ୍ପ କାର୍ଯ୍ୟ ସୂଚୀ ଅନୁଯାଇ ଶାନ୍ତି ଶୃଙ୍ଖଳାର ସହିତ ପ୍ରତି ଗାଁରୁ ଉପସ୍ଥିତ ଗ୍ରାମବାସୀ ପ୍ରକଳ୍ପ ଲେଖି ସରପଞ୍ଚଙ୍କୁ ହସ୍ତାନ୍ତର କରି ଥିଲେ । ଏହା ସହିତ ପ୍ରତି ଗାଁକୁ ଯାଇ ଗାଁରେ ପଲ୍ଲୀ ସଭା କରାଯାଇ ପଞ୍ଚାୟତ ପାଇଁ ୫ ବର୍ଷ ର ପ୍ରକଳ୍ପ ଅଟକଳ ପ୍ରସ୍ତୁତ କରି ପଞ୍ଚାୟତ ସମିତି କୁ ନେଇ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ଶେଷରେ ସରପଞ୍ଚ ଉପସ୍ଥିତ ଥିବା ସମସ୍ତେ ନିଜ ଗାଁ ଉନ୍ନତି ପାଇଁ ଯୋଜନା ଗୁଡିକର ପ୍ରକଳ୍ପ ଲିଖିତ ଭାବେ ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

Sunil Chandra Nayak

ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!