ପାପଡାହାଣ୍ଡି,24/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜବତୀ ପରିଡାଙ୍କ ମନ ମୁଖୀ କାର୍ଯ୍ୟ ବିବାଦ ଦିନକୁ ଦିନକୁ ଘନେଇବାରେ ଲାଗିଛ | ଶନିବାର ପୁଣି ଗ୍ରାମବାସୀ ବିଦ୍ୟାଳୟରେ ପହଁଚି ଫାଟକ ସାମ୍ନାରେ ଧାରଣା ଦେଇଥିଲେ | ପ୍ରଶାସନ ତରଫରୁ ଦିଆଯାଇଥିବା ପ୍ରତିଶୃତି ପୂରଣ ହେଉନଥିବାରୁ ବିବାଦ ଉଗ୍ର ରୂପ ନେବାରେ ଲାଗିଛି | ଗ୍ରାମବାସୀ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି | ଗତ 21 ତାରିଖ ଦିନ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜବତୀ ପରିଡାଙ୍କ ମନ ମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ | ଏମଡିଏମ ନିଜେ ଚଳାଇବା, ନବମ ଓ କଲେଜ ପିଲାଙ୍କ ଠାରୁ ଅଧିକ ଟଙ୍କା ଆଦାୟ, ବିଦ୍ୟାଳୟ ପରିସରରେ ଗଛ ନିଜେ କାଟିଦେବା, କୌଣସି କାର୍ଯ୍ୟରେ ବିଦ୍ୟାଳୟ କମିଟିର ହସ୍ତକ୍ଷେପ ନ ନେବାରୁ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା | ଗ୍ରାମବାସୀ ଶେଷରେ ଅତିଷ୍ଠ ହୋଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ମଧ୍ୟ ଦାବି କରିଥିଲେ |. ତେବେ ପ୍ରଶାସନ ତରଫରୁ ଏବିଇଓ ପହଂଚି ଗ୍ରାମବାସୀଙ୍କ ଠାରୁ ଲିଖିତ ଅଭିଯୋଗ ନେଇ ଦାବି ପୂରଣ ନେଇ ପ୍ରତିଶୃତି ଦେଇଥିଲେ | କିନ୍ତୁ କୌଣସି ପ୍ରତିସୃତି ପାଳନ କରାନଯିବାରୁ ଗ୍ରାମବାସୀ ପୁଣି ଫାଟକ ନିକଟରେ ଧାରଣା ଦେବା ସହ ଯେପର୍ଯ୍ୟନ୍ତ ଦାବି ପୂରଣ ହେବନି ଧାରଣାରେ ବସିବେ ବୋଲି ଦୀନବନ୍ଧୁବଗଡ, ପ୍ରହ୍ଲାଦ ଚାଲାଣ, ଖେମରାଜ ବାଘ, ସଦାଶିବ ଭତ୍ରା, କୃଷ୍ଣ ହରିଜନ, ଜୟଦାସ ହରିଜନ , ମନସିଂ ହରିଜନ , ଗଙ୍ଗାଧର ଭତ୍ରା, ଧନୁର୍ଜ୍ୟୟ ଭତ୍ରା, ସନପତ ବିନ୍ଧାଣି, ବୁଦୁ ହରିଜନ , ଜଗଦୀଶ ଭତ୍ରା , ମନଧର ଭତ୍ରା, ଯଦୁ ହରିଜନ , ବୁଦାନ ଜାନି, ପବିତ୍ର ହରିଜନ ପ୍ରମୁଖ ଚେତାବନୀ ଦେଇଛନ୍ତି ।
previous post
next post