ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଅବସ୍ଥାରେ ବୃଦ୍ଧା ଉଦ୍ଧାର

ଧର୍ମଗଡ: ଆଜି ଧର୍ମଗଡ ସହରର ତିନି ଛକ ଠାରେ ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ବୃଦ୍ଧା ଜଣକ ଦୀର୍ଘ ସମୟ ଧରି ଗୋଟିଏ ଜାଗାରେ ଇତଃସ୍ତତ ହୋଇ ବୁଲୁ ଥିବାର ଦେଖି ସ୍ଥାନୀୟ ବ୍ୟବସାୟୀ ମାନେ ବ୍ୟବସାୟୀ ସଙ୍ଘ ସଭାପତି ବିଦ୍ୟାଧର ସାହୁଙ୍କୁ ଜଣାଇଥିଲେ। ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବନ୍ଦପାରି ଗ୍ରାମର ଓ ତାର ନାମ ଚମରେନ୍ ବୋଲି ଉକ୍ତ ବୃଦ୍ଧା ଜଣାଇବା ପରେ ଶ୍ରୀ ସାହୁ ସ୍ଥାନୀୟ ତହସିଲ ଦାର ହରେକୃଷ୍ଣ ବରିହା ଓ ଥାନା ଅଧିକାରୀ ରୁନୁ ମାଝୀ ଙ୍କୁ ଜଣାଇଥିଲେ ଏବଂ ଉକ୍ତ ବୃଦ୍ଧାର ଫଟୋ କୁ ସୋସିଆଲ ମିଡିଆରେ ଭାଇରାଲ କରିଥଲେ।ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣା ସ୍ଥଳକୁ ଆସି ଉକ୍ତ ବୃଦ୍ଧାକୁ ନେଇ ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମ ରେ ଛାଡିଛନ୍ତି।

ଏପଟେ ସୋସିଆଲ ମିଡ଼ିଆ ରେ ଉକ୍ତ ବୃଦ୍ଧାର ଫଟୋ ଭାଇରାଲ୍ ହେବା ପରେ ଇତି ମଧ୍ୟରେ ବୃଦ୍ଧା ର ପୁଅ ଓ ସମ୍ପର୍କୀୟ ମାନେ ଶ୍ରୀ ସାହୁଙ୍କୁ ସମ୍ପର୍କ କରିଛନ୍ତି।ଉକ୍ତ ବୃଦ୍ଧାଙ୍କ ପୁଅ କେଶୁ ରାମ ହରପାଲ ଆସନ୍ତାକାଲି ଧର୍ମଗଡ ଆସି ମାଆକୁ ନେଇ ଯିବେ ବୋଲି ପ୍ରକାଶ କରିଛନ୍ତି।

ବିଦ୍ୟାଧରସାହୁ ଙ୍କ ରିପୋର୍ଟ 

Related posts

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

Sunil Chandra Nayak

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

Sunil Chandra Nayak

ଚମେଳିଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

masiha

Leave a Comment

error: Content is protected !!