ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ 

ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ 

ଲାଞ୍ଜିଗଡ଼, ୨୫/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଫାର୍ମାସିଷ୍ଟ କେ. ନେତ୍ରାନନ୍ଦ ସୁବୁଦ୍ଧି, ଟୁନା ପାଣିଗ୍ରାହୀ ଓ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ପରିକ୍ରମା କରିଥିଲା। ଏହାପରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭବାନୀଶଙ୍କର ଲେଙ୍କା ଯୋଗ ଦେଇଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼ ଏବଂ ବିଶ୍ୱନାଥପୁର ଅଞ୍ଚଳରେ ନିରବଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ରୋଗୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଯୋଗସୂତ୍ରର ମାଧ୍ୟମ ସାଜିଥିବା ତିନିଜଣ ଫାର୍ମାସିଷ୍ଟ ଶ୍ରୀ ସୁବୁଦ୍ଧି, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ସାହୁଙ୍କୁ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ଉପସଭାପତି କ୍ଷମାନିଧି ମହାଖୁଡ଼, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର କାର୍ଯ୍ୟକାରୀ ସଭାପତି ସନ୍ତୋଷ ତୁଳ, ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ, କୋଷାଧ୍ୟକ୍ଷ ନୀଲେଶ କୁମାର ନାଗ ପ୍ରମୁଖ ଉପସ୍ଥିତ ରହି ତିନି ଫର୍ମାସିଷ୍ଟଙ୍କୁ ଉତ୍ତରୀୟ ସହିତ ସମ୍ବର୍ଦ୍ଧିତ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

Sunil Chandra Nayak

ଆସନ୍ତା ତା ୨୨. ୦୩.୨୦୨୩ ରିଖ ରେ ଜିଲ୍ଲାସ୍ତରୀୟ ରୋଜଗାର ମେଳା

Sunil Chandra Nayak

ଉଦାହରଣ ଟିମ୍ ର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!