ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟ ଚିକତ୍ସାଲୟ ରେ ବିରଳ ଚିକିତ୍ସା

ମୁଖ୍ୟ ଚିକତ୍ସାଲୟ ରେ ବିରଳ ଚିକିତ୍ସା

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ବିରଳ ମେରୁଦଣ୍ଡ ଅପରେସନ ହେଲା l ନୂଆପଡା ଜିଲ୍ଲାପାଳଙ୍କ ପ୍ରୋତ୍ସାହନ ଏବଂ ତାଙ୍କ ପ୍ରଚେଷ୍ଟାରେ ଉନ୍ନତ ଓ ଟି ସ୍ଥାପନ ପାଇଁ ଏହା ହୋଇପାରିଲା – ସି ଡି ଏମ୍ ଓ l 

  ଅସ୍ଥି ବିଶେଷଜ୍ଞ ଡଃ ଭିପୁଲ କୁମାର ଗର୍ଗ ଏବଂ ତାଙ୍କ ସମର୍ପିତ ଟିମ ଦ୍ୱାରା ଏହି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି l ଡଃ ରଶ୍ମୀଜିତ ବେହେରା ଏନଏସେସ୍ଥିଆ ଦେଇଥିଲେ l ବିଭୀଷଣ ଶବର, ବୟସ ୫୫ ବର୍ଷ, ଗ୍ରାମ ଶୁକୁଲିମୁଣ୍ଡି, ବ୍ଲକ୍ କୋମନା ବାସିନ୍ଦା l ନିକଟରେ ଏକ ବଳଦ ତାଙ୍କୁ ଶିଙ୍ଘରେ ଟେକି ଦେଇଥିବାରୁ ତାଙ୍କ ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇ ସେ ପକ୍ଷାଘାତ ଗ୍ରସ୍ତ ହୋଇଯାଇଥିଲେ l ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ଏହି ସମର୍ପିତ ଚିକିତ୍ସକ ଦଳ ତାଙ୍କୁ ସର୍ଜରୀ କରି ସୁସ୍ଥ କରିବାର ଆଶ୍ୱାସନା ଦେଇଥିଲେ l ରୋଗୀର ସର୍ଭିକାଲ ସ୍ପାଇନ ସର୍ଜରୀ ଆବଶ୍ୟକ ଥିଲା l ଏମିତି ସର୍ଜରୀ ପ୍ରାୟତଃ ମେଡିକାଲ କଲେଜରେ କିମ୍ବା ବଡ ବଡ କର୍ପୋରେଟ ହସ୍ପିଟାଲ ରେ ହୋଇଥାଏ l ପ୍ରାଇଭେଟ୍ ହସ୍ପିଟାଲ୍ ରେ ଏଇ ଅପରେଶନ ଖର୍ଚ ପ୍ରାୟ 5 ଲକ୍ଷ ଟଙ୍କା ହୋଇଥାନ୍ତା l ଏ ସର୍ଜରୀ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା l ଏହି ସମୟରେ ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଡି ଏମ୍ ଓ ଡଃ ଲଲିତ ମୋହନ ବିଶି, ଡି ପି ଏମ୍ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ ଯେ କିଛି ଦିନ ଆଗରୁ ଏଠାରେ ସର୍ଜରୀ ବିଶେଷଜ୍ଞ ଡଃ ସ୍ବସ୍ତି ରେଖା ନାୟକ ଏବଂ ଟିମ୍ ଏଭଳି ଏକ ବିରଳ ଅପରେସନ କରି ଏକ ଶରାଘାତ ବାଳକର ଜୀବନ ରକ୍ଷା କରିଥିଲେ l ଏଇ ବିଷୟରେ ସି ଡି ଏମ୍ ଓ ଡଃ ସେଠୀ କହନ୍ତି ଏଭଳି ଅସାଧାରଣ ଅପରେସନ ପଛରେ ଜିଲ୍ଲାପାଳଙ୍କ ନିରନ୍ତର ପ୍ରୋତ୍ସାହନ ଓ ପ୍ରେରଣା ଆମକୁ ବଳ ଯୋଗାଇଥିଲା l ତାଙ୍କ ପ୍ରଚେଷ୍ଟାରେ ଏଠାରେ ଉନ୍ନତ ମାନର ଅପରେସନ ଥିଏଟର, ଓଟି କାର୍ଯ୍ୟକ୍ଷମ ହୋଇ ପାରିଛି, ଯାହା ଏଭଳି ବିଶେଷ କାମରେ ଆସୁଛି l ଏହି ସମର୍ପିତ ସର୍ଜରୀ ଟିମ୍ ର ସମସ୍ତ ସଦସ୍ୟ ମାନଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ଧନ୍ୟବାଦ ଜ୍ଞାପନ କରିଛନ୍ତି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

Sunil Chandra Nayak

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା  ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

masiha

ଯୁବ ସମାଜସେବୀଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!