ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ କଳାହାଣ୍ଡି ଜିଲ୍ଲାର ୩୭୫ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ କଳାହାଣ୍ଡି ଜିଲ୍ଲାର ୩୭୫ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ

ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲାରୁ ୩୭୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଯାତ୍ରା ଆରମ୍ଭ କରିଛନ୍ତି। ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାର ଅଭିଳାଷ ପୂରଣ ତଥା ଆର୍ଥିକ ଅନଗ୍ରସରତା, ବୟସ କିମ୍ବା ଦୂରତା ହାପ୍ରଭୁଙ୍କ ଦର୍ଶନରେ ଯେପରି ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ରେ ଆଜି ଜିଲ୍ଲାର ସମସ୍ତ ବ୍ଲକ ରୁ ୩୭୫ ଜଣ ତୀର୍ଥ ଯାତ୍ରୀ ପୁରୀ ଅଭିମୁଖେ ୧୧ ଟି ଶୀତତାପ ନିୟନ୍ତ୍ରିତ ବସରେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ତହସିଲଦାର କ୍ଷୀରୋଦ ନାଗ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର, ଡି ପି ଇ ଓ ରୂପ ସିଂ ରାଉତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ତୀର୍ଥଯାତ୍ରୀଙ୍କ ବସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହ ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ତୀର୍ଥଯାତ୍ରୀ ମାନଙ୍କ ସହିତ ୧୧ ଜଣ ଏସକର୍ଟ ଅଧିକାରୀ ,୨ ଜଣ ପାରାମେଡିକ ଷ୍ଟାଫ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି। 

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ! ଶ୍ରେଣୀ ଗୃହ ଅଭାବ

masiha

ବେଦବ୍ୟାସ ଏବଂ ରାଉରକେଲା କଲେଜରେ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ

Sunil Chandra Nayak

Leave a Comment

error: Content is protected !!