ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

ଜୁନାଗଡ଼ (ମ ନି ସ): ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଯାୟୀ ଗ୍ରାମ ପଞ୍ଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦ ଅନୁଯାୟୀ ନାଗରିକ ପାନୀୟ ଜଳ ସୁବ୍ୟବସ୍ଥା କରିବା ବାଧ୍ୟତାମୂଳକ କାର୍ଯ୍ୟ। କିନ୍ତୁ ସରକାରଙ୍କ ପାନୀୟ ଜଳ ଯୋଗାଣ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ଏହି ପାନୀୟ ଜଳ ସମସ୍ୟା ସମାଧାନ ସକାଶେ ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ପ୍ରଶାସନକୁ ଲିଖିତ ମାଧ୍ୟମରେ ଦେଲେବି ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିବାରୁ ନାଗରିକ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ଏବଂ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇ ରାସ୍ତା ଅବରୋଧ, ଆନ୍ଦୋଳନ କରାଯାଉଛି।ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ଗ୍ରାମ ପଞ୍ଚାୟତ ଅଧୀନ ମକ୍ରାଗୁଡା ଗ୍ରାମରେ ଦୀର୍ଘ ଦିନ ଧରି ଶୁଦ୍ଧ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଜଳ ଜୀବନ ମିଶନ ଯୋଜନା ଅନୁସାରେ ପ୍ରତ୍ୟେକ ଘରକୁ ପାଣି ପହଞ୍ଚାଇବାର ଲକ୍ଷ୍ୟ ଥିଲେ ମଧ୍ୟ ଏହି ଗ୍ରାମରେ ଯୋଜନା କେବଳ କାଗଜ କଲମରେ ସୀମିତ ରହିଥିବା ଅଭିଯୋଗ ହେଉଛି।ଗ୍ରାମବାସୀମାନେ ଫ୍ଲୋରାଇଡ୍ ଯୁକ୍ତ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ବେଳେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କିଡନୀ ରୋଗରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଗ୍ରାମରେ ଭୟ ଓ ଅସନ୍ତୋଷ ବଢ଼ିଛି।ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ତୁରନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ, ଅନେକ ଥର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ରାତ୍ରି କାଳୀନ ବସ ମାଲିକଙ୍କ ମନମାନି; ପରମିଟ ଅନୁସାରେ ମୂଳ ସ୍ଥାନରୁ ଗଡୁନି ଘରୋଇ ରଘୁନାଥ ବସ୍ ; ସୁଲାଇପାଟ ଅଂଚଳଵାସୀ ଅସନ୍ତୁଷ୍ଟ

Sunil Chandra Nayak

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

Leave a Comment

error: Content is protected !!