ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’

ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’

ସୁନ୍ଦରଗଡ଼, ୨୭/୦୯/୨୦୨୬: ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଏବଂ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ପକ୍ଷରୁ ସୁନ୍ଦରଗଡ଼ ଠାରେ ‘ଓଡ଼ିଶା ପ୍ରୋମୋ ରନ୍’ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଜନସାଧାରଣ ଉତ୍ସାହର ସହ ଏହି ଦୌଡ଼ରେ ସାମିଲ ହୋଇଥିଲେ।

ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ସଂସ୍କୃତିକୁ ଦେଶବିଦେଶରେ ପ୍ରଚାର ଓ ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହିତ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମଧ୍ୟରେ ଦୌଡ଼ ଏବଂ ନିୟମିତ ବ୍ୟାୟାମ ପ୍ରତି ଆଗ୍ରହ ବଢ଼ାଇବା ସହ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣାଇବାର ବାର୍ତ୍ତା ଦିଆଯାଇଥିଲା।     

ଏହି ଅବସରରେ ଅଂଶଗ୍ରହଣକାରୀମାନେ ଓଡ଼ିଶାର ପର୍ଯ୍ୟଟନ ଐତିହ୍ୟ, ପ୍ରାକୃତିକ ସମ୍ପଦ ଓ ସାଂସ୍କୃତିକ ବିବିଧତାର ପ୍ରଚାର ସହ ସୁସ୍ଥ ଜୀବନଶୈଳୀର ପ୍ରସାର ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।

ଏହି ‘ଓଡ଼ିଶା ପ୍ରୋମୋ ରନ୍’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ତନୟା ମିଶ୍ର,ପୂର୍ବତନ ସଦର ବିଧାୟିକା କୁସୁମ ଟେଟେ, ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମହେନ୍ଦ୍ର ମୁର୍ମୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସାରଙ୍ଗ ଧର ବରିହା, ଅନ୍ୟାନ୍ୟ ଜନପ୍ରତିନିଧି ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।

ପ୍ରକାଶ ଥାଉକି ଅନଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ କରିଥିବା ପ୍ରତିଯୋଗୀମାନେ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ‘ପୁରୀ କୋଷ୍ଟାଲ ମାରାଥନ୍–୨୦୨୬’ରେ ଅଂଶଗ୍ରହଣ କରିବେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ଫକୀର ମୋହନ ମାର୍କେଟ କମିଟିର ଫକୀର ମୋହନ ଜୟନ୍ତୀ ପାଳନ 

masiha

ମୋଟର ସାଇକେଲ ଦୁର୍ଘଟଣା ରେ ଯୁବକ ମୃତ 

masiha

Leave a Comment

error: Content is protected !!