ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ 

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ 

ରାଉରକେଲା ୨୨/୯/୨୪ :  ଆଜି ପାନପୋଷ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l  

ରବିବାର ସକାଳେଉପ ଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ସହଯୋଗରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ମିଳିତ ଭାବରେ କାର୍ଯ୍ୟାଳୟ  ଓ ଏହାର ପରିସରର ସଫେଇ କରିଥିଲେ l ଚଳିତ ବର୍ଷ  ସ୍ୱଚ୍ଛ ଭାରତ ମିଶନ କୁ ଦଶ ବର୍ଷ ପୂର୍ଣ୍ଣ ହୋଇଅଛି। ଏହାକୁ ପାଳନ କରିବା ଉଦ୍ଦେଶ୍ୟରେ ‘ ସ୍ବଚ୍ଛତା ହିଁ ସେବା ‘ ୨୦୨୪ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି। ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ବଚ୍ଛତା ହିଁ ସେବା ୨୦୨୪ ର ଥିମ୍ ରହିଛି “ସ୍ଵଭାବ ସ୍ବଚ୍ଛତା – ସଂସ୍କାର ସ୍ବଚ୍ଛତା’ l

ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର ଅର୍ପିତା ମହାନ୍ତି, ସହକାରୀ ଜିଲ୍ଲାପାଳ ବିକାଶ ଭୋଇ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧକାରୀ ଭରତ ଗୁରୁ, ଉପଖଣ୍ଡ ଆର୍ଥିକ ସେବା ସଂଚୟ ଅଧିକାରୀ ପ୍ରକାଶ କୁମାର ଦାଶ ଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟାଳୟ ପରିସରରେ ସ୍ଵଚ୍ଛତା ବଜାୟ ରଖିବା ପାଇଁ ଶପଥ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

ଯୁବ ବ୍ଯବସାୟୀଙ୍କ ମୃତ୍ୟୁ

masiha

ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ଜୀବନୀ ଆମ ସମୟର ଆଦର୍ଶ : ସମ୍ପାଦକ ନାରାୟଣ ଚଂଦ୍ର ମହାନ୍ତି

masiha

Leave a Comment

error: Content is protected !!