ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାନଗର ନିଗମ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଉରକେଲା ମହାନଗର ନିଗମ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଉରକେଲା ୧୨/୮, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ “ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ଅଧୀନରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

    ସ୍ଥାନୀୟ ଉଦିତନଗର ସ୍ଥିତ ଆମ୍ବେଦକର ଛକରୁ ଏହି ଶୋଭାଯାତ୍ରା ବାହାରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଶେଷ ହୋଇଥିଲା। ରାଉରକେଲା ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଜନସାଧାରଣ ଉତ୍ସାହ ଓ ଉଦ୍ଦୀପନାର ସହ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ଶୋଭାଯାତ୍ରାରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀରଙ୍କ ସହ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଅନୀତା ନାଏକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ସହକାରୀ ପୌର ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ଆରଏମସି, ଆରଡିଏର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଏଥିରେ ସାମିଲ୍ ହୋଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବର୍ତ୍ତମାନର କାଉନସିଲରେ ଶାସ୍ତ୍ରୀନଗରର ସାହି ନାଳ ଘୋଡଣୀ ନିର୍ମାଣ ଅସମ୍ଭବ ?

masiha

ସର୍ଵ ମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!