ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସ୍ୱାଧୀନତା ଦିବସ-୨୦୨୬ ନିମନ୍ତେ ଅଭ୍ୟାସ ପ୍ୟାରେଡ ଆରମ୍ଭ

ରାଇରଙ୍ଗପୁରରେ ସ୍ୱାଧୀନତା ଦିବସ-୨୦୨୬ ନିମନ୍ତେ ଅଭ୍ୟାସ ପ୍ୟାରେଡ ଆରମ୍ଭ

ରାଇରଙ୍ଗପୁର, ( ଅକ୍ଷୟ ଵିଶ୍ବାଳ)୧୨ ଅଗଷ୍ଟ ୨୦୨୬: ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଇରଙ୍ଗପୁର ଠାରେ ଆଜିଠାରୁ ଅଭ୍ୟାସ ପ୍ୟାରେଡ ଆରମ୍ଭ ହୋଇଛି। ରାଇରଙ୍ଗପୁରରେ ଏକ ନୂତନ ପୁଲିସ ଜିଲ୍ଲା ଗଠନ ହେବାପରେ ଚଳିତ ବର୍ଷ ପ୍ରଥମ କରି ପୋଲିସ ଉଇଙ୍ଗସ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ଯାଉଛି ଏତଦବ୍ୟତୀତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପାଖାପାଖି ୨୭ ଟି ପ୍ୟାରେଡ ଦଳ ସ୍ୱାଧୀନତା ଦିବସରେ ଭାଗ ନେବେ। ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଆଜି ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ରିଜର୍ଭ ଇନ୍ସ୍ପେକଟର ଅଫ ପୋଲିସ ଶ୍ରୀ ଏମ ଲକ୍ଷ୍ମୀରଞ୍ଜନ ଏବଂ ସେକେଣ୍ଡ ଇନ କମାଣ୍ଡ ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଦ୍ୱାରା ଅଭ୍ୟାସ ପ୍ୟାରେଡ ପରିଚାଳିତ ହୋଇଥିଲା। 

ପ୍ୟାରେଡରେ ଅଂଶଗ୍ରହଣକାରୀ ଦଳମାନେ ପ୍ୟାରେଡର ବିଭିନ୍ନ କୌଶଳ, ବ୍ୟାଣ୍ଡର ତାଳେ ତାଳେ ପଦଚାଳନା, ଅଭିବାଦନ ଜଣାଇବା ଇତ୍ୟାଦି ବିଷୟରେ ଶୃଙ୍ଖଳାର ସହ ଅଭ୍ୟାସ କରୁଛନ୍ତି। ଆର. ଅଫ ପୋଲିସଙ୍କ ଦ୍ୱାରା ଆସନ୍ତା କାଲି ମଧ୍ୟ ଏହି ଅଭ୍ୟାସ ପ୍ୟାରେଡ ସକାଳ ୭ ଘଟିକା ସମୟରେ ଅନୁଷ୍ଠିତ ହେବ।

ସ୍ୱାଧୀନତା ଦିବସ ଅବସରରେ ଜାତୀୟ ଭାବନା, ଦେଶପ୍ରେମ ଓ ଏକତାର ବାର୍ତ୍ତାକୁ ଜନମାନସରେ ପହଞ୍ଚାଇବା ସହିତ ସମାରୋହକୁ ସୁନ୍ଦର ଓ ସୁସଂଗଠିତ ଭାବେ ଆୟୋଜନ କରିବା ପାଇଁ ବାମନଘାଟୀ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି।

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଫୁଣ୍ଡା ଗାଁରେ ବିବାହଟେଣ୍ଡ ବସାଉ  ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି  ଜଣେ ମୃତ ଜଣେ ଗୁରୁତର

Sunil Chandra Nayak

ନବରଙ୍ଗପୁର ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

Leave a Comment

error: Content is protected !!