ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରମିତ୍ରପୁର ତହସିଲରେ ଜମି ଜାଲିଆତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ

ବିରମିତ୍ରପୁର ତହସିଲରେ ଜମି ଜାଲିଆତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ

ରାଉରକେଲା : ଆଦିବାସୀ ବହୁଳ ଜିଲ୍ଳା ଭାବେ ପରିଚିତ ଆମ ସୁନ୍ଦରଗଡ଼ ରାଜସ୍ୱ ଜିଲ୍ଲାର ବିରମିତ୍ରପୁର ତହସିଲର ଲହଣ୍ଡା ରାଜସ୍ବ ନିରୀକ୍ଷକଙ୍କ ସର୍କଲ ଅଧୀନରେ ଥିବା ଲହଣ୍ଡା,ଖୁଣ୍ଟଗାଁ ଏବଂ ମିଟକୁନ୍ଦରୀ ଗ୍ରାମରେ ଏକର ଏକର ସରକାରୀ ଜମିକୁ କିଛି ଜମି ମାଫିଆ ମାନେ ତହସିଲ କାର୍ଯ୍ୟାଳୟର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମଧୁ ଚନ୍ଦ୍ରିକା କରି ଶାଗ ମାଛ ଦରରେ ନିଜ ନିଜ ନାମରେ କରାଇନେବା ପରେ ପୁନଃ ସେହି ଜମିଗୁଡିକୁ ଚଢା ଦରରେ ଲୋକଙ୍କୁ ବିକ୍ରୀ କରିବା ସହିତ କେତେକ ଜମିକୁ ପ୍ଲଟିଙ୍ଗ କରି ମଧ୍ୟ ବିକ୍ରି କରୁଥିବା ନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଗତ କିଛିଦିନ ତଳେ ବିରମିତ୍ରପୁର ତହସିଲକୁ ପରିଦର୍ଶନରେ ଯାଇ ସାଧାରଣ ଲୋକଙ୍କ ଅଭିଯୋଗ ସମ୍ବନ୍ଧରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଘଟଣା ପରେ କିଛି ଜମିକୁ ଯଦିଓ ନିଜ ମୂଳ ସ୍ଥିତିକୁ ଫେରାଇ ଅଣାଯାଇଥିଲା ତେବେ ଏବେ ମଧ୍ୟ କେତେକ ଜମି ଜାଲିଆତିର ତଦନ୍ତ କରିବା ଆବଶ୍ୟକତା ନେଇ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ତନ୍ତୀ ଭୁବନେଶ୍ୱରରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ବିରମିତ୍ରପୁର ତହସିଲ ଅଞ୍ଚଳରେ ଥିବା ଲହଣ୍ଡା ଏବଂ ଖୁଣ୍ଟଗାଁ ଆର ଆଇ ସର୍କଲରେ ହୋଇଥିବା କେତେକ ଜମି ଜାଲିଆତିର ତଦନ୍ତ ପାଇଁ ଦାବି ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଶ ସେବା ଫାଉଣ୍ଡେସନ ପରିବାର ତରଫରୁ ଇଂରାଜୀ ନୂତନ ବର୍ଷ ରେ ନୂତନ ପ୍ରୟାସ ଗଛ ଲଗାଇବା ଆସ

masiha

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ “ଘୁଙ୍ଗୁର”ପାଳିତ

Sunil Chandra Nayak

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!