ବିଶ୍ୱନାଥପୁର , ତାରିଖ (17/05/23) ବାର୍ଦ୍ଧକ୍ୟ ହେଉ ବା ଦିବ୍ୟାଙ୍ଗ କିମ୍ବା ବିଧବା ଭତ୍ତା ପୂର୍ବରୁ ନିର୍ଧାରିତ ସମୟରେ ମିଲିଯାଉଥିଲା l ଫଳରେ ବହୁ ଗରିବ ହିତାଧିକାରୀଙ୍କ କାମରେ ଆସୁଥିଲା ଏହି ଅର୍ଥ l ପରିବାରର ଆର୍ଥିକ ବୋଝ କିଛି ମାତ୍ରାରେ ହାଲୁକା ହୋଇଯାଉଥିଲା l ହେଲେ ପ୍ରାୟ ୧୧ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ଖୁନ୍ତି ବାଗ(୨୪) l ପୂର୍ବରୁ ଘରେ ଘରେ ହେଉ କିମ୍ବା ପଞ୍ଚାୟତରେ ହେଉ ନିୟମିତ ଭତ୍ତା ଟଙ୍କା ଦିଆଯାଉଥିବାବେଳେ ବର୍ତମାନ ଡିଜିଟାଲ ବ୍ୟବସ୍ଥା ହିତାଧିକାରୀ ମାନଙ୍କ ପାଇଁ ଏକ ପ୍ରକାର କାଳ ସାଜିଛି l କାରଣ ଏହି ବ୍ୟବସ୍ଥା ଅନୁସାରେ ବ୍ୟାଙ୍କ ଖାତାକୁ ଆପେ ଆପେ ଭତ୍ତା ଟଙ୍କା ଆସିବ ବୋଲି କୁହା ଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ଠିକ ଭାବରେ କାର୍ଯ୍ୟକାରି ହୋଇପାରୁନାହିଁ l ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ ବ୍ଲକ ରେ ପୂର୍ବରୁ ନିୟମିତ ଭତ୍ତା ଟଙ୍କା ମିଳୁଥିବାବେଳେ ଗତ ବର୍ଷ ୨୦୨୨ ର ୯ ମାସ ଏବଂ ୨୦୨୩ ର ୨ମାସ ଅର୍ଥାତ୍ ପ୍ରାୟ ୧୧ମାସ ଭତ୍ତା ଟଙ୍କା ପାଇନ ଥିବା ଅଭିଯୋଗ ହେଉଛି l ଏହି ପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କାନକୁଟୁରୁ ଗ୍ରାମ ପଞ୍ଚାୟତ ଅଧିନସ୍ତ କୁମାରପଡ଼ା ଗାଁରୁ l ହିତାଧିକାରୀ କହିବା ଅନୁସାରେ ସେ ଅନେକ ଥର ପଞ୍ଚାୟତ ଅଫିସ୍ କୁ ଯାଇ ଜଣେଇ ଥିଲେ ମଧ୍ୟ ତାଙ୍କର ନାମ ନାହିଁ ବୋଲି ପିଇଓ ଏବଂ ସରପଞ୍ଚ କହି ଫେରାଇ ଦେଇଥିବା କହିଛନ୍ତି l ତେବେ ଏନେଇ ହିତାଧିକାରୀଙ୍କ ବାପା ଦିଆଳୁ ବାଗ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ଭତ୍ତା ଟଙ୍କା ମିଳି ଯିବ ବୋଲି ଭତ୍ତାକାର୍ଡ଼ ମାଗି ୨ ମାସ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲେ କିନ୍ତୁ କୌଣସି ଭତ୍ତା ର ବନ୍ଧବସ୍ଥ କରିପାରିନଥିଲେ l ଏମିତି ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଯାଇ ଗୁହାରି କରିଥିଲେ ମଧ୍ୟ ଆଜକୁ ୧୧ ମାସ ହେଲା ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀ ପ୍ରକାଶ କରିଛନ୍ତି l ତେବେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହାର ଉଚିତ ତଦନ୍ତ କରି ଯଥାଶୀଘ୍ର ମୋ ଝିଅର ଭତ୍ତା ଟଙ୍କା ଦିଆଯାଉ ବୋଲି ଗୁହାରି କରିଛନ୍ତି ବାପା ଦିଆଲୁ ବାଗ ।