ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଗାର ମାସ ହେଲା ହିତାଧିକାରୀଙ୍କୁ ମିଳିନି ଭତ୍ତା

ବିଶ୍ୱନାଥପୁର , ତାରିଖ (17/05/23) ବାର୍ଦ୍ଧକ୍ୟ ହେଉ ବା ଦିବ୍ୟାଙ୍ଗ କିମ୍ବା ବିଧବା ଭତ୍ତା ପୂର୍ବରୁ ନିର୍ଧାରିତ ସମୟରେ ମିଲିଯାଉଥିଲା l ଫଳରେ ବହୁ ଗରିବ ହିତାଧିକାରୀଙ୍କ କାମରେ ଆସୁଥିଲା ଏହି ଅର୍ଥ l ପରିବାରର ଆର୍ଥିକ ବୋଝ କିଛି ମାତ୍ରାରେ ହାଲୁକା ହୋଇଯାଉଥିଲା l ହେଲେ ପ୍ରାୟ ୧୧ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ଖୁନ୍ତି ବାଗ(୨୪) l ପୂର୍ବରୁ ଘରେ ଘରେ ହେଉ କିମ୍ବା ପଞ୍ଚାୟତରେ ହେଉ ନିୟମିତ ଭତ୍ତା ଟଙ୍କା ଦିଆଯାଉଥିବାବେଳେ ବର୍ତମାନ ଡିଜିଟାଲ ବ୍ୟବସ୍ଥା ହିତାଧିକାରୀ ମାନଙ୍କ ପାଇଁ ଏକ ପ୍ରକାର କାଳ ସାଜିଛି l କାରଣ ଏହି ବ୍ୟବସ୍ଥା ଅନୁସାରେ ବ୍ୟାଙ୍କ ଖାତାକୁ ଆପେ ଆପେ ଭତ୍ତା ଟଙ୍କା ଆସିବ ବୋଲି କୁହା ଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ଠିକ ଭାବରେ କାର୍ଯ୍ୟକାରି ହୋଇପାରୁନାହିଁ l ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ ବ୍ଲକ ରେ ପୂର୍ବରୁ ନିୟମିତ ଭତ୍ତା ଟଙ୍କା ମିଳୁଥିବାବେଳେ ଗତ ବର୍ଷ ୨୦୨୨ ର ୯ ମାସ ଏବଂ ୨୦୨୩ ର ୨ମାସ ଅର୍ଥାତ୍ ପ୍ରାୟ ୧୧ମାସ ଭତ୍ତା ଟଙ୍କା ପାଇନ ଥିବା ଅଭିଯୋଗ ହେଉଛି l ଏହି ପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କାନକୁଟୁରୁ ଗ୍ରାମ ପଞ୍ଚାୟତ ଅଧିନସ୍ତ କୁମାରପଡ଼ା ଗାଁରୁ l ହିତାଧିକାରୀ କହିବା ଅନୁସାରେ ସେ ଅନେକ ଥର ପଞ୍ଚାୟତ ଅଫିସ୍ କୁ ଯାଇ ଜଣେଇ ଥିଲେ ମଧ୍ୟ ତାଙ୍କର ନାମ ନାହିଁ ବୋଲି ପିଇଓ ଏବଂ ସରପଞ୍ଚ କହି ଫେରାଇ ଦେଇଥିବା କହିଛନ୍ତି l ତେବେ ଏନେଇ ହିତାଧିକାରୀଙ୍କ ବାପା ଦିଆଳୁ ବାଗ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ଭତ୍ତା ଟଙ୍କା ମିଳି ଯିବ ବୋଲି ଭତ୍ତାକାର୍ଡ଼ ମାଗି ୨ ମାସ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲେ କିନ୍ତୁ କୌଣସି ଭତ୍ତା ର ବନ୍ଧବସ୍ଥ କରିପାରିନଥିଲେ l ଏମିତି ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଯାଇ ଗୁହାରି କରିଥିଲେ ମଧ୍ୟ ଆଜକୁ ୧୧ ମାସ ହେଲା ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀ ପ୍ରକାଶ କରିଛନ୍ତି l ତେବେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହାର ଉଚିତ ତଦନ୍ତ କରି ଯଥାଶୀଘ୍ର ମୋ ଝିଅର ଭତ୍ତା ଟଙ୍କା ଦିଆଯାଉ ବୋଲି ଗୁହାରି କରିଛନ୍ତି ବାପା ଦିଆଲୁ ବାଗ ।

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ମହିଳା ଉପରେ ମାଡିଗଲା ଟ୍ରକ, ଜଣେ ମୃତ 

masiha

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

Sunil Chandra Nayak

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!