ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

ବାଲେଶ୍ଵର,୧୩/୧୦/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କାର୍ଯ୍ୟାଳୟ ଖଇରା ଗ୍ୟାସ ଅଫିସ୍ ଛକ ନିକଟରେ ଉଦଘାଟିତ ହୋଇଯାଇଛି । ଉଦଘାଟକ ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ, ବ୍ଲକ ସମ୍ପାଦକ, ଜିଲ୍ଲା ଉପସଭାପତି(ଓଷ୍ଟା) ତଥା ରାଜ୍ୟ ଓଷ୍ଟାର ଆଜୀବନ ସଦସ୍ୟ ଭରତ ଚନ୍ଦ୍ର ଦାସ, ଉପଦେଷ୍ଟା ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପୁହାଣ, ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ନାୟକ ଓ ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ ।

    ଏହି ଉଦଘାଟନ ଉତ୍ସବରେ ଓଷ୍ଟା ଖଇରା ମଣ୍ଡଳର ସଭାପତି ବ୍ରହ୍ମାନନ୍ଦ ସାହୁ, ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ଉପସଭାପତି ଭରତ ସାହୁ, ପାର୍ବତୀ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ହୋତା, ସୁକାନ୍ତି ପଣ୍ଡା ଓ ଶୁକଦେବ ମଲ୍ଲିକ ଏବଂ ଅନ୍ଯ ମାନଙ୍କ ମଧ୍ୟରେ, ରାଜେଶ କୁମାର ମିଶ୍ର, ମହେନ୍ଦ୍ର କୁମାର ଜେନାଙ୍କ ସମେତ ମାଧ୍ୟମିକ ସ୍କୁଲ ଖଇରା ବ୍ଲକର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନେ ସହଯୋଗ କରିଥିଲେ । ଉକ୍ତ ଉଦଘାଟନ ଉତ୍ସବରେ ସଭାପତି ବ୍ରହ୍ମାନନ୍ଦ ସାହୁ ସଙ୍ଘୀୟ ଏକତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର ଶିକ୍ଷକ ମାନଙ୍କ ସମସ୍ୟା, ଖାଲିଥିବା ଶିକ୍ଷକ ପଦବୀ ପୂରଣ କିପରି କରାଯିବ, ଏନ୍.ପି.ଏସ(NPS) ଶିକ୍ଷକ ଏବଂ ଜି.ଆଇ.ଏ(GIA) ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ଏହାର ସ୍ଥାୟୀ ସମାଧାନ କିପରି ହୋଇ ପାରିବ ସେ ଵିଷୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ହୋତାଙ୍କ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ପଞ୍ଚାୟତ ସମିତି ବୈଠକ, ବିକଶିତ ଓଡିଶା ବିକଶିତ ଗାଁ ଉନ୍ନୟନ ପ୍ରକଳ୍ପ ଉପରେ ଫୋକସ

masiha

ଅଗ୍ନିଶମ ବିଭାଗ ପକ୍ଷରୁ କନେଷ୍ଟବଳ ପ୍ରଶିକ୍ଷଣ ଶିବିର

masiha

ରିଷିଡାରେ ସମ୍ବାଦ-ଆମ ଓଡିଶାର ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!