ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

ରାଉରକେଲା/ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅନ୍ତର୍ଗତ କର୍ମଚାରୀ ଭବିଷ୍ୟନିଧି ସଂଗଠନ ୧୯୫୨ମସିହାରୁ ସାରା ଦେଶରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପ୍ରଦାନ କରିଆସୁଛି । ଏହି କର୍ମରେ ରାଉରକେଲା ସ୍ଥିତ ଭବିଷ୍ୟନିଧି କାର୍ଯ୍ୟାଳୟ ୧୯୮୪ରୁ ଏହାର କ୍ଷେତ୍ର ଅନ୍ତର୍ଗତ ସୁନ୍ଦରଗଡ, ଝାରସୁଗୁଡ଼ା,ସମ୍ବଲପୁର,ବରଗଡ଼,ଏବଂ ଦେବଗଡ ଜିଲ୍ଲାରେ ଥିବା ବିଭିନ୍ନ ଅଣ ସଂଗଠିତ ସଂସ୍ଥାର କର୍ମଚାରୀଙ୍କୁ ଭବିଷ୍ୟନିଧି କର୍ମଚାରୀ ବୀମା ଏବଂ ମାସିକ ପେନସନର ସୁବିଧା ଦେଇଆସୁଛି। ଏହି ଉଦ୍ଦେଶ୍ୟରେ ଏକ ନିରାଡମ୍ବର ଉତ୍ସବରେ ରାଉରକେଲାସ୍ଥିତ ଭବିଷ୍ୟନିଧି କାର୍ଯ୍ୟାଳୟ ପକ୍ଷରୁ ବିଶ୍ରା ଡାହାର ରୋଡସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ରୀନା ବସାକଙ୍କୁ ୫୦ହଜାର ତମ ପେନସନ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟାଳୟ ର କ୍ଷେତ୍ରିୟ ଭବିଷ୍ୟନିଧି କମିଶନର ଅଶ୍ବିନୀ କୁମାର ବାରିକ ତଥା ସହକାରୀ କମିଶନର ଅରବିନ୍ଦ ପ୍ରଧାନ ଶ୍ରୀମତୀ ବସାକଙ୍କୁ ପୁଷ୍ପଗୁଛ୍ଛ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଇଧର ସେଠୀ,ଆନନ୍ଦ ମେହେରଙ୍ଗ,ପଙ୍କଜ ହେମ୍ରମ,ଏକାଦଶିଆ ରଣା,ପ୍ରସନ୍ନ ସାହୁ, ରଞ୍ଜିତ ଷଡଙ୍ଗୀ, ସରସ୍ବତୀ ନାଗ, ରଶ୍ମିରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

masiha

ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ 

masiha

ବାଧ୍ୟତାମୂଳକ ସେବା ନିବୃତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ 

masiha

Leave a Comment

error: Content is protected !!