ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ରେ ୧୭ ଓ ୧୮ନମ୍ବର ବି. ଏଲ. ଓ ଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

କାମାକ୍ଷାନଗର ରେ ୧୭ ଓ ୧୮ନମ୍ବର ବି. ଏଲ. ଓ ଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

କାମାକ୍ଷାନଗର – ଆରମ୍ଭ ହୋଇସାରିଛି ସାରା ଦେଶରେ ଏସ. ଆଇ.ଆର କାର୍ଯ୍ୟକ୍ରମ l ଯେଉଁଥିରେ ବୁଥ ଲେବୁଲ ଅଫିସର(ବି. ଏଲ. ଓ )ମାନେ ଘରକୁ ଘର ବୁଲି ଫର୍ମ ବାଣ୍ଟି ତାହାର ସଠିକ ଭାବେ ପୂରଣ ହେବାରେ ସହାୟକ ହୋଇ ପରେ ଆଦାୟ କରାଯିବା ଭଳି କାର୍ଯ୍ୟକ୍ରମ ରହିଛି l ଗତ ୩୦ ତାରିଖ ଠାରୁ ସାରା ଦେଶ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଣ୍ଣୟ କରାଯାଇଛି l ଯେଉଁ ଥିରେ ବି. ଏଲ. ଓ. ମାନେ ପ୍ରତି ଘରକୁ ଯାଇ ଫର୍ମ ଦେବା ସହ ଜନସାଧାରଣ ଙ୍କୁ ଏସ. ଆଇ.ଆର. ସମ୍ବନ୍ଧରେ ଅବଗତ କରାଇବେ l ଏହି ଅବସରରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୧୭ନମ୍ବର ବି. ଏଲ. ଓ ରୁନୁବାଳା ସାହୁ ଏବଂ ୧୮ନମ୍ବର ର ବି. ଏଲ. ଓ. ଝୁଣୁବାଳା ସେଠି ଘରକୁ ଘର ବୁଲି ଏସ. ଆଇ. ଆର. ଫର୍ମ ଦେଇ ଲୋକ ମାନଙ୍କୁ ବୁଝାଉଥିବା ଦେଖା ଦେଇଛି l ୧୭ନମ୍ବର ବି. ଏଲ. ଓ ୯୮୦ଟି ଘର ବୁଲି ଫର୍ମ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ସେହିଭଳି ୧୮ନମ୍ବର ରେ ୫୫୦ଟି ଘରେ ଏସ. ଆଇ. ଆର. ଫର୍ମ ଦେବା ସହ ଆଦାୟ କରିବାର କାର୍ଯ୍ୟକ୍ରମ ରହିଛି l ଉକ୍ତ ବି. ଏଲ. ଓ ଦ୍ବୟ ଙ୍କର ବୁଝାଇବା ଶୈଳୀ ଏବଂ କଥାର ମାଧୁର୍ଯ୍ୟ ଯୋଗୁ ଲୋକମାନଙ୍କ ମଧ୍ୟରେ ଆଦର ର ପାତ୍ର ହୋଇ ପାରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ 

masiha

ବିଦ୍ୟୁତ ଶକ ଲାଗି ଦୁଇ ପୃଥକ ପୃଥକ ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ହରଗୌରୀ ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

masiha

Leave a Comment

error: Content is protected !!