ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କଲମପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କଲମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କଲମପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପି.ଏମ୍.ଶ୍ରୀ ବିଶ୍ବନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଅନ୍ଵେଷଣକରି ତାକୁ ପ୍ରସ୍ଫୁଟିତ କରିବା ଓ ଭାଷା ଓ ସଂସ୍କୃତି ସମୃଦ୍ଧି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ତାମଣି ବେହେରା, ସମ୍ମାନିତ ଅତିଥି ଭାବେ କଲମପୁର ତହସିଲଦାର ଶ୍ରୀମତୀ ସ୍ମରଣିକା ତୁଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାଞ୍ଛାନିଧି ପଣ୍ଡା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୁଳମଣି ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବେହେରା, ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମୁଣ୍ଡ, ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷା ଶ୍ରୀମତୀ ଭାନୁମତି ମାଝୀ, ଏମ୍.ପି. ପ୍ରତିନିଧି ଶ୍ରୀଯୁକ୍ତ ଅରୁଣ କୁମାର ଜଗରିଆ ଯୋଗଦାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, କୁଇଜ୍, ବିତର୍କ, ପ୍ରବନ୍ଧ, ଶ୍ରୁତଲିଖନ, ସୃଜନଶୀଳ ଲିଖନ,ଗୀତ, ପି.ଏମ୍.ପୋଷଣ ଅନୁଷ୍ଠିତ ହୋଇଥିଲା।ଶିଶୁମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ।ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ତାମଣି ବେହେରା, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କଲମପୁର ଶ୍ରୀଯୁକ୍ତ ବାଞ୍ଛାନିଧି ପଣ୍ଡା,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କଲମପୁର,ଶ୍ରୀଯୁକ୍ତ କୁଳମଣି ମାଝୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଳୀପ କୁମାର ବେହେରା ଯୋଗଦାନ କରିଥିଲେ।ପରେ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ। ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଚୌଧୁରୀ, ସି.ଆର୍.ସି.ସି ନବଘନ ସାହୁ, ଇତିହାସ ଅଧ୍ୟାପକ ଧନଞ୍ଜୟ ପଣ୍ଡା, ଶିକ୍ଷୟିତ୍ରୀ ସରସ୍ଵତୀ ବିଶ୍ବାଳ, ସାଗରିକା ପଣ୍ଡା ଓ ଅର୍ଚ୍ଚନା ସୁନାନୀ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀରାମ ପଣ୍ଡା,ବିଜୟ କୁମାର ସୁରଦେଓ,ଉଦୟ ନାରାୟଣ ମାଝୀ, ଜିତେନ୍ଦ୍ର ନାଏକ, ଦୀନବନ୍ଧୁ ସାହୁ ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣଭାବରେ ସହଯୋଗ କରିଥିଲେ ।ଭେନ୍ୟୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ରେ କଳସ ଶୋଭାଯାତ୍ରା 

masiha

ବିଦ୍ଯୁତ୍ ଯୋଗାଣ ଏବଂ ରିଲିଫ୍ ଦାବି କରି ରାସ୍ତା ଅବରୋଧ କଲେ ବସ୍ତି ବାସିନ୍ଦା

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

Sunil Chandra Nayak

Leave a Comment

error: Content is protected !!