ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃନ୍ଦାବାହାଲ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ବୃନ୍ଦାବାହାଲ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ଗୋଲାମୁଣ୍ଡା, ୩୧/୧୦ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁକୁଣୀ ପ୍ରଧାନୀଙ୍କ ଅବସର ଉପଲକ୍ଷେ ବୃନ୍ଦାବାହାଲ କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷର ଶିକ୍ଷାଦାନ ଜୀବନର ଅବସାନ ଅବସରରେ ତାଙ୍କୁ ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା।ସିଆରସିସି କ୍ଷୀରାଦ୍ଧିତନୟା ମଶ୍ରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ବୃନ୍ଦାବାହାଲ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀମତୀ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର କର୍ମଚାରୀମାନଙ୍କ ସହ ଏକ ନଗର ପରିକ୍ରମା କରାଯାଇଥିଲା। ପୁରାତନ ଛାତ୍ରମାନେ ମଧ୍ୟ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଥିଲେ। ସଭାରେ ତୁଲାରାମ ନାଏକ, ସୁଦର୍ଶନ ରାଉତ, ମୁରଲୀଧର ଦୁର୍ଗା, କଞ୍ଚନମାଳା ରାଉତ, ନିରୁପମା ଶତନାମୀ, ଗୀତାଞ୍ଜଳୀ ଜାଲ, କୁଳବତୀ ମାଝୀ, ଦଣ୍ଡପାଣି ମେହେର, ବିଭୂତି ରାଉତ, ସୁଶାନ୍ତ କୁମାର କେତକୀ, ଜଗନ୍ନାଥ ମଙ୍ଗରାଜ, ମନୋଜ ଦୀପ, ଭଗବତ ମାଝୀ ଓ ସୋମନାଥ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ତରଙ୍ଗ ଚଣ୍ଡୀ ସଭା ପରିଚାଳନା କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ରୁକୁଣୀ ପ୍ରଧାନୀ ୧ ଜାନୁଆରୀ ୧୯୯୦ରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ। ଗତ ୩୧ ଅକ୍ଟୋବର ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଛି। ନିଜର ନିଆରା ବ୍ୟକ୍ତିତ୍ୱ, ଶିଶୁମାନଙ୍କ ପ୍ରତି ସ୍ନେହ ଓ ଉତ୍ତମ ମାର୍ଗଦର୍ଶନ ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ।ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ ଓ ସହକର୍ମୀମାନେ ତାଙ୍କର ଦୀର୍ଘ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ। ତାଙ୍କର ଶିକ୍ଷାଦାନ, ସ୍ନେହ ଓ ମାର୍ଗଦର୍ଶନକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିରଦିନ ମନେ ରଖିବେ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ। ଅବସର ପରେ ମଧ୍ୟ ତାଙ୍କର ଅଭିଜ୍ଞତା ଓ ଆଦର୍ଶ ସମାଜ ପାଇଁ ପ୍ରେରଣା ହୋଇ ରହିବ ବୋଲି ଉପସ୍ଥିତ ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ।

Related posts

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

masiha

ପ୍ରଶାସନ ଦ୍ୱାରା ରାଜପୁର ସ୍କୁଲର ସରକାରୀ ଜାଗା ଉଚ୍ଛେଦ

Leave a Comment

error: Content is protected !!