ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

ତେନ୍ତୁଳିଖୁଣ୍ଟି -,୬/୧/୨୩-// ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଠାରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ୧୪ ଦଫା ଦାବୀପତ୍ର ନନ୍ଦାହାଣ୍ଡି ବିଡ଼ି ଓ ଶିବ ଶଙ୍କର ମୁର୍ମୁ ଙ୍କୁ ଉକ୍ତ ଦାବୀଗୁଡିକ ପୁରଣ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି। ମୂଖ୍ୟ ଦାବି ଗୁଡ଼ିକ ମଧ୍ୟରେ ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ । ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକ ୧୮,୦୦୦/-ଟଙ୍କା, ସାମାଜିକ ସୁରକ୍ଷା ତଥା ପ୍ରୋଭିଡେଣ୍ଟ ଫଣ୍ଡ, ବୀମା, ପେନସନ ବ୍ୟବସ୍ଥା ଲାଗୁକରାଯାଉ । ଆଶା କର୍ମୀ ମାନେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କର ଦୁର୍ଘଟଣା ଜନିତ କିମ୍ବା ସାଧାରଣ ମୃତ୍ୟୁ ଘଟିଲେ ୫,୦୦,୦୦୦|- ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉ। ଆଶା କର୍ମୀ ମାନଙ୍କୁ କାର୍ଯ୍ୟରୁ ଅବସର ଦିଆଯିବା ସମୟରେ ୪,୦୦,୦୦୦/-ଟଙ୍କାର ଅବସ ର କାଳିନସହାୟତା ରାଶି ପ୍ରଦାନ କରାଯାଉ ଓ ମାସିକ ଭତ୍ତା ପ୍ରଦାନ କରାଯାଉ । ଶିକ୍ଷିତା ଆଶା କର୍ମୀ ମାନଙ୍କୁ ଟିକା କରଣ ନିମନ୍ତେ ତାଲିମ ଦେବାର ବ୍ୟବସ୍ଥା କରାଯାଉ । ଯୋଗ୍ୟତା ଧାରୀ ଆଶା କର୍ମୀ ମାନଙ୍କୁ ନିର୍ଦ୍ଦିଷ୍ଟ ବୟସ ସୀମା ହଟା ଯାଇ ଏ ଏନ ଏମ ପଦବୀରେ ନିଯୁକ୍ତି ଦେବା ସମୟରେ ପ୍ରାଥମିକତା ପ୍ରଦାନ କରାଯାଉ ଏହି ଭଳି ଅନେକ ଦାବି ଏହି ଦାବି ପତ୍ର ରେ ଉଲ୍ଲେଖ ରହିଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୂର ସଂଘ, ନବରଙ୍ଗପୁର ଜିଲ୍ଲାର ଉପଦେଷ୍ଟା ପରମେଶ୍ବର ବିଷୋୟୀ, ରାଜ୍ୟ ଆଶା କର୍ମୀ ସଂଘର ସଭାନେତ୍ରୀ ଗୀତାଞ୍ଜଳୀ ହରିଜନ, ଜିଲ୍ଲା ଆଶା କର୍ମୀ ସଂଘର ସମ୍ପାଦିକା ସଞ୍ଜୁ ନାୟକ, ବ୍ଲକ ସଭାନେତ୍ରୀ ଅଞ୍ଜଳୀ ବେନ୍ୟା, ବ୍ଲକ ସମ୍ପାଦିକା ବୈଜୟନ୍ତୀ ଟାକ୍ରୀ, ବ୍ଲକ ଉପସଭାନେତ୍ରୀ ପ୍ରଫୁଲ୍ଲ କୁମାରୀ ହରିଜନ, କୋଷାଧ୍ୟକ୍ଷା ସୁନାମଣୀ ବିଷୋୟୀ ସମେତ ବ୍ଲକର ସମସ୍ତ ଆଶା କର୍ମୀ ଉପସ୍ଥିତ ରହି ଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

NIT Rourkela Inaugurates 5-Day Short-Term Course on High-Entropy Alloys

Sunil Chandra Nayak

ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!