ଭବାନୀପାଟଣା // ତା 06.01.2022 // ଏକତାପରିଷଦ ଜନସଂଗଠନ ର ଏକତା ମହିଲା ମଞ୍ଚ ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ ଏବଂ ରାଜ୍ୟ ସଂଯୋଜିକା ଭାରତୀ ଅପା ସକାଳୁ ପହଂଚିବାପରେ ଏକତାପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ସଂଯୋଜକ ସରୋଜ ବାଗ ଓ ଏକତl ମହିଳାମଞ୍ଚ ସଂଯୋଜିକା ଯlଜ୍ଞସିନୀ ନାଏକ ସ୍ୱାଗତ କରିଥିଲେ l ଠିକ 10 ଘଣ୍ଟା ସମୟରେ ଭବାନୀପାଟଣା ସହରର ୱାର୍ଡ ନମ୍ବର 2 ର ସୀତାବୋର୍ଡିପଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରେ ଥିବା ବିସ୍ଥାପିତ ହେବାକୁ ଯାଉଥିବା 30 ଗୋଟି ପରିବାରକୁ ସାକ୍ଷ୍ୟାତ କରିଥିଲେ l ବସ୍ତିବାସିନ୍ଦା ଙ୍କୁ ସରକାର ଙ୍କ ତରଫରୁ ପ୍ରକୃତ ଥଇଥାନ ନ ହେବା ପର୍ଯ୍ୟନ୍ତ ଜାଗା ନଛାଡ଼ିବାକୁ ପରାମର୍ଶ ଦେଇ ଥିଲେ l ପରବର୍ତୀ କାର୍ଯ୍ୟକ୍ରମ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶ୍ରୀପୁର ଗ୍ରାମପଞ୍ଚାୟତ ର ଗୁଭାପଡା ରେ 11ଘଣ୍ଟା ସମୟରେ ପହଂଚିବା ପରେ ଗମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା l ଏକତାପରିଷଦ କାର୍ଯ୍ୟାଳୟ ପାଇଁ ଗ୍ରାମବାସି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଶ ଡିସମିଲ ଜମି ର ସେ ଭୂମି ପୂଜନ କରିଥିଲେ l ଭୂମି ପୂଜନ ଉଛବ ରେ ଏକତା ମହିଳା ମଞ୍ଚ ରାଜ୍ୟ ସଂଯୋଜିକା ଭାରତୀ ଅପା, ଏକତାପରିଷଦ କଳାହାଣ୍ଡି ସଂଯୋଜକ ସରୋଜ ବାଗ, ମହିଳାମଞ୍ଚ ଜିଲ୍ଲା ସଂଯୋଜିକା ଯlଜ୍ଞସିନୀ ନାଏକ, ଏକତା ପରିଷଦ ର ବରିଷ୍ଠ ସଦସ୍ୟ ଗିରିଧାରୀ ପାତ୍ର, ବରୁଣ ଶର୍ମା, ମର୍ଜିନା ପ୍ରଧାନ, ସୋମି ନାଏକ,ସନ୍ତୋଷିନୀ ନାଏକ,ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ,ଉପସ୍ଥିତ ଥିଲେ l
ଏକତା ମହିଲମଞ୍ଚ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଏକତା ପରିଷଦ ଜିଲ୍ଲା ସଂଯୋଜକ ଅଧ୍ୟକ୍ଷ୍ୟତl କରିଥିବା ବେଳେ ସରପଞ୍ଚ ଜୁଝେଷ୍ଟି ନାଏକ, ଗିରିଧାରୀ ପାତ୍ର, ବରୁଣ ଶର୍ମା, ସୋମି ନାଏକ, ମହିଳା ମଞ୍ଚ ର ଭାରତୀ ଅପା, ଯଜ୍ଞସିନୀ ନାଏକ ଏବଂ ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ ଉଦବୋଧନ ଦେଇ ମହିଳା ମାନଙ୍କର ଅଧିକାର ଓ ଜୀବନ ଜୀବିକା କୁ କିପରି ସୁଦୃଢ କରାଯାଇ ପାରିବ ସେ ଉପରେ ଆଲୋକପାତ କରିଥିଲେ l ଅପରାହ୍ନ ରେ ଭବାନୀପାଟଣା କୁଶlଡ଼ଙ୍ଗର ସ୍ଥିତ ରାଜଗୋପାଳ ନଗର ଯାଇ ଏକତା ପ୍ରଦ୍ୟୁ୍ସର ଗ୍ରୁପ ର ସଦସ୍ୟା ମାନଙୁ ସାକ୍ଷ୍ୟାତ କରି ଛତୁ ଚାଷ ଓ ତାଙ୍କର କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ lକାର୍ଯ୍ୟକ୍ରମ କୁ ଏକତାପରିଷ ର ଅଞ୍ଜଳି ସିଂ, ଚିନ୍ମୟୀ ବେହେରା, ମନୀଷା ସାଧକ, ଯଶୋଦା ସୁନା,ଯlଜ୍ଞସିନୀ ନାଏକ, ଜୟଶ୍ରୀ ବାଗ, ସୁଶାନ୍ତି ବାଗ ପ୍ରମୁଖ ସହଯୋଗ କରିଥିଲେ l