ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଧରମା ତୋଳୁଛି ନୂଆ କୋଣାର୍କ”ର ପାଣ୍ଡୁଲିପି ପୂଜନ

” ଧରମା ତୋଳୁଛି ନୂଆ କୋଣାର୍କ”ର ପାଣ୍ଡୁଲିପି ପୂଜନ

ରାଉରକେଲା: ଅଗ୍ରଣୀ ସଙ୍ଗଠନ “ସୁବର୍ଣ୍ଣରେଖା ” ଆନୁକୁଲ୍ୟରେ ଆଗାମୀ ବାର୍ଷିକ ଉତ୍ସବ ଦିନ ପ୍ରଦର୍ଶିତ ହେବ ଏକ ଭିନ୍ନ ଧର୍ମି ନାଟକ” ଧରମା ତୋଳୁଛି ନୂଆ କୋଣାର୍କ” । ଉକ୍ତ ନାଟକର ପାଣ୍ଡୁଲିପି ଉନ୍ମୋଚନ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ଓ ପୂର୍ବତନ ସଭାପତି ମନୋରଞ୍ଜନ ଦାସଙ୍କ କରକମଳରେ ଇତି ମଧ୍ୟରେ ସମ୍ପାଦିତ ହୋଇଛି । ବରିଷ୍ଠ ସଦସ୍ୟ ବିଜୟ ମହାପାତ୍ରଙ୍କ ମନ୍ତ୍ରୋଚ୍ଚାରଣ ସହ ବ୍ୟାସକବିଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ ପ୍ରଦାନ ଓ ବହି ପୁଜନ କରିଥିଲେ ଉକ୍ତ ନାଟକର ସ୍ରଷ୍ଠା ନାଟ୍ୟକାର ମହେନ୍ଦ୍ର ମହାଳିକ । ସାଂସ୍କୃତିକ ସମ୍ପାଦକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହରେ ସଭାପତି ବନବିହାରୀ ରଣା, ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ, ଉପସଭାପତି ନିତ୍ୟାନନ୍ଦ ବେହେରା,କବିନ୍ଦ୍ର ନାରାୟଣ ଦେଓ ଉପସ୍ଥିତ ରହି ନାଟକର ପୂର୍ଣ୍ଣ ସଫଳତା କାମନା କରିଥିଲେ। ଉକ୍ତ ନାଟକର ଗୀତ ରଚନା ଏବଂ ନିର୍ଦ୍ଦେଶନାର ଭାର ମହେନ୍ଦ୍ର ମହାଳିକ ତୁଲାଉଥିବା ବେଳେ ସଙ୍ଗୀତ ପରିଚାଳନାରେ ଅଛନ୍ତି ଡିଜିଟାଲ କ୍ରିଏଟର ପ୍ରଶାନ୍ତ କୁମାର ଜେନା। ଏହି ପାଣ୍ଡୁଲିପି ପୂଜନ ଓ ଉନ୍ମୋଚନରେ ରାଧାକୃଷ୍ଣ ଦଳପତି, କମଳଲୋଚନ ଗାରୁ, ଆନନ୍ଦ ଗିରି,ସମୀର ମଣ୍ଡଳ, ଅନୁରାଗ ଗିରି, ଶ୍ରୀକାନ୍ତ ଦାସ, ପ୍ରଫୁଲ୍ଲ ସାହୁ,ସୁବ୍ରତ ଜେନା, ହରିପଦ ମହାନ୍ତି, କରୁଣାକର ସାହୁ, ପର୍ଶୁରାମ ମଲିକ, କ୍ଷତିଶ ପ୍ରଧାନ, ରାଜୀବ ପଣ୍ଡା, ବିକାଶ ସାହାଣୀ ,ରାଜେନ୍ଦ୍ର ନାରାୟଣ ଦାସ, ଗୀତିଞ୍ଜଳି ପଣ୍ଡା , ଆଶାଲତା ଦାଶ, ସାନ୍ତ୍ଵନା ପରିଡ଼ା , ଜ୍ୟୋତ୍ସ୍ନା ରାଣୀ ଦେଓ,ଛବିରାଣୀ ପ୍ରଧାନ, ଭକ୍ତିମୟୀ ମହାଳିକ, ଦେବଯାନୀ ଘୋଷ, ଦମୟନ୍ତୀ ବେହେରା,ପୂଜା ଗିରି, ଭାଗ୍ୟ ଲକ୍ଷ୍ମୀ ପାତ୍ର, କନକଲତା ଜେନା, ଜ୍ୟୋତ୍ସ୍ନା ରାଣୀ ଜେନା,ବନଜା ଦାସ,ସସ୍ମିତା ମଣ୍ଡଳ, ସାଗରିକା ଜେନା ଉପସ୍ଥିତ ରହି ଶୁଭେଚ୍ଛା ପ୍ରଦାନ କରିଥିଲେ। ଉପସଭାପତି ନିତ୍ୟାନନ୍ଦ ବେହେରା ନାଟକଟି ଆଗାମୀ ମକର ସଂକ୍ରାନ୍ତି ତଥା ଫକୀର ମୋହନ ଜୟନ୍ତୀ ଦିନ ପ୍ରଦର୍ଶିତ ହେବ ବୋଲି ସୂଚୀତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ ରକ୍ତଦାନ ଶିବିର ଆୟୋଜିତ 

masiha

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!