ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧ୍ୟ ରାତ୍ରିରେ କବାଟ ଭାଙ୍ଗି ଜିନ୍ଦଲ – ପୋସ୍କୋ ପ୍ରତିରୋଧ ମଞ୍ଚର ସଂପାଦକ ବେଣୁଧର ସର୍ଦ୍ଦାର ଙ୍କୁ ଗିରଫ୍ କରିବା ଘଟଣାକୁ ଦୃଢ଼ ନିନ୍ଦା- ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ

ମଧ୍ୟ ରାତ୍ରିରେ କବାଟ ଭାଙ୍ଗି ଜିନ୍ଦଲ – ପୋସ୍କୋ ପ୍ରତିରୋଧ ମଞ୍ଚର ସଂପାଦକ ବେଣୁଧର ସର୍ଦ୍ଦାର ଙ୍କୁ ଗିରଫ୍ କରିବା ଘଟଣାକୁ ଦୃଢ଼ ନିନ୍ଦା- ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ

କେନ୍ଦୁଝର : ଜିନ୍ଦଲ-ପୋସ୍କୋ କମ୍ପାନୀ ଦ୍ବାରା କେଉଁଝର ଜିଲ୍ଲାର ପାଟଣା ବ୍ଲକରେ ଚାଷ ଜମି ଅଧିଗ୍ରହଣ କରି କମ୍ପାନୀ ପ୍ରତିଷ୍ଠା କରିବା ବିରୋଧରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲିଥିବା ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଜନବିରୋଧୀ ଡବଲ ଇଞ୍ଜିନ ବିଜେପି ସରକାରଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଓ ପୋଲିସ ପ୍ରଶାସନ ରାତି ଅଧିଆ ଝରକା ଗ୍ରିଲ ଭାଙ୍ଗି ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଭୁବନାନନ୍ଦ ସର୍ଦ୍ଦାରଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ମଞ୍ଚର ଉପ-ସଭାପତି ସରୋଜ କୁମାର ସିଂ, ରବୀନ୍ଦ୍ର ମାହାନ୍ତ, ବରିଷ୍ଟ କର୍ମୀ ଅନାମ ନାୟକଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଅଗଣତାନ୍ତ୍ରିକ ଗିରଫଦାରୀକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ଯୋଗୁଁ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସମୟରେ ବିରେନ ମାହାକୁଡଙ୍କ ମୋବାଇଲ ଛଡାଇ ଗିରଫ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ପୋଲିସ୍ ଗିରଫଦାରୀ ବିରୋଧରେ ଲୋକମାନଙ୍କୁ ଯେଉଁଭଳି ଭାବେ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରି ଗିରଫ କରିଛି, ଅନେକଙ୍କର ମୋବାଇଲ ଛଡ଼ାଇ ନେଇଛି ପ୍ରତିବାଦ କରିବା ସମୟରେ ଲାଠି ଚାର୍ଜ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି। ଦେଶୀ-ବିଦେଶୀ କମ୍ପାନୀ ଜିନ୍ଦଲ ଓ ପୋସ୍କୋ ସ୍ୱାର୍ଥରେ ଗଣତାନ୍ତ୍ରିକ ଏବଂ ଶାନ୍ତିପୂର୍ଣ୍ଣ ଜନ ଆନ୍ଦୋଳନ ଉପରେ ଦମନଲୀଳା ବିଜେପି ସରକାରଙ୍କ ଜନବିରୋଧୀ ଚରିତ୍ରର ପର୍ଦ୍ଦାଫାଶ କରିଛି ବୋଲି ଅଭିଯୋଗ କରି ଅବିଳମ୍ବେ ଗିରଫ୍ ଆନ୍ଦୋଳନକାରୀ ମାନଙ୍କୁ ନିଃସର୍ତ୍ତ ଖଲାସ୍ ପାଇଁ ସଂଗଠନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଦାବି କରିଛନ୍ତି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

Sunil Chandra Nayak

ସହାୟତା ଅପେକ୍ଷାରେ ପରିବା ଚାଷୀ 

Sunil Chandra Nayak

୧ – ସ୍ଥାଇ ସ୍ଥାନରେ ସପ୍ତାହିକ ବଜାର ନ ବସି ରାସ୍ତା ପାର୍ଶ୍ଵରେ ଦୋକାନ ବଜାର  ,୨- କାବେରି ବାଡ଼ି ଠାରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାନୀ 

masiha

Leave a Comment

error: Content is protected !!