ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

କେନ୍ଦ୍ରାପଡ଼ା :– ସବୁ ବେଳେ ସମସ୍ତ ଙ୍କ ସାଥିରେ ଦେଶ ସେବା ଫାଉଣ୍ଡେସନ ପରିବାର। ଯାହାକି ଫାଉଣ୍ଡେସନ ର ଉପ ସଭାପତି ମଳୟ ରଞ୍ଜନ ମନ୍ଥନ ଙ୍କ ପିତା ସୁକଦେବ୍ ମନ୍ଥନ ଙ୍କ ଦ୍ବାଦଶାହ କର୍ମ ଉପଲକ୍ଷେ ଚାରା ବୃକ୍ଷ ବଣ୍ଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମାଜ ସେବୀ ମନିଷା ପଣ୍ଡା ଏବଂ ଆର୍ଦଶ ସାମାଜିକ ନ୍ୟାୟ ମଞ୍ଚ ର ବୈଜ୍ୟଷ୍ଠ ସମାଜ ସେବୀ ଚନ୍ଦ୍ରମଣି ସେଠି ତଥା ଆଦ୍ୟାସା ଚାରିଟେବୁଲ ଟ୍ରଷ୍ଟ ର ଯୁବ ସମାଜ ସେବୀ ଦୀପକ ଜେନା ତଥା ଦେଶ ସେବା ଫାଉଣ୍ଡେସନ ର ଯୁବ ସଂପାଦକ ଅକ୍ଷୟ କୁମାର ମଲ୍ଲିକ ଙ୍କ ସହିତ ଉପଦ୍ରେଷ୍ଠା ସୁରେନ୍ଦ୍ର ନାଥ ବାରିକ୍ ତଥା ସମସ୍ତ ସଦସ୍ୟ ସଦସ୍ୟା ବନ୍ଧୁ ମାନେ ଯୋଗଦାନ କରିବା ସହିତ। ଚାରା ବୃକ୍ଷ ବଣ୍ଟନ ରଥ ଗ୍ରାମାଞ୍ଚଳରେ ବୁଲିବା ସହିତ ବିନା ମୂଲ୍ୟରେ ସମସ୍ତ ଙ୍କୁ ଗୋଟିଏ ଗୋଟିଏ ଚାରା ବୃକ୍ଷ ବଣ୍ଟନ ସହିତ ତାହାର ଯତ୍ନ ନେବାକୁ କହିଥିଲେ ଯୁବ କର୍ମୀ ମାନେ। ଏବଂ ଏହି ସାମାଜିକ ସେବା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସମାଜ ସେବୀ ମନୀଷା ପଣ୍ଡା । ଯାହାକି ଫାଉଣ୍ଡେସନ ପରିବାର ସହିତ ମିଶି ରଥରେ ଚାରା ବୃକ୍ଷ ବଣ୍ଟନ କରିବା ସହିତ କୁନି କୁନି ପିଲା ମାନେ ସଚେତନତା ପାଇଁ ବୃକ୍ଷ ହୋଇ ସୁନ୍ଦର ଅଭିନୟ କରିଥିଲେ ପରିଶେଷରେ ସମସ୍ତ ସଦସ୍ୟ ସଦସ୍ୟା ବନ୍ଧୁ ମାନଙ୍କ ସହିତ ମୁଖ୍ୟ ଅତିଥି ମନୀଷା ପଣ୍ଡା ମଳୟ ରଞ୍ଜନ ମନ୍ଥନ ଙ୍କ ପିତା ଙ୍କ ଦ୍ଵାଦଶାହ କର୍ମରେ ଯୋଗ ଦାନ କରି ଚାରା ବୃକ୍ଷ ରୋପଣ କରିବା ସହିତ ପରିବାର ବର୍ଗକୁ ସାନ୍ତନା ଦେବା ସହିତ ଅମର ଆତ୍ମା କୁ ଶାନ୍ତି ଦେବା ପାଇଁ ଭଗବାନ୍ ଙ୍କ ନିକଟରେ କାମନା କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରାକ୍ଷୀପୂର୍ଣ୍ଣିମାରେ ‘ନିଶା ନିବାରଣ ବ୍ରତ’ ପାଳନ ନିଶାମୁକ୍ତ ସମାଜ ଗଠନ ପାଇଁ ରାକ୍ଷୀର ପବିତ୍ର ବନ୍ଧନରୁ ସଚେତନତାର ବାର୍ତ୍ତା

Sunil Chandra Nayak

କାମାକ୍ଷାନଗରର ଗର୍ବ ଓ ଗୌରବ ସତ୍ୟ ଶଙ୍କର ପତି : ନିଟ୍ ପରୀକ୍ଷାରେ ଆଣିଲେ ସଫଳତା 

Sunil Chandra Nayak

ଥନଟ ସ୍କୁଲ ରେ ଏଫ ଏଲ ଏନ ଶିକ୍ଷକ ଙ୍କୁ ନେଇ ବୈଠକ, ତଦାରଖ କଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

Leave a Comment

error: Content is protected !!