ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ 

ପାପଡାହାଣ୍ଡି,01/02,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରାଜମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ଠାରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ରାଜମିସ୍ତ୍ରୀ ସଂଘ ସଭାପତି ଈଶ୍ୱର ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିରୂପେ ଡାବୁଗାଁ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ମନହୋର ରନ୍ଧାରୀ, ସମ୍ମାନିତ ଅତିଥିଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଷୋୟୀ, ପୂର୍ବତନ ବ୍ଲକ ଉପାଧକ୍ଷ ତ୍ରିନାଥ ପ୍ରଧାନ, ସଂଘ କୋଷାଧକ୍ଷ ଅରୁଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଯୋଗ ଦେଇଥିଲେ | ସଂଘ ଗୃହ ନିର୍ମାଣ ସକାଶେ ବିଧାୟକ ପାଣ୍ଠି ରୁ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ | ପ୍ରଦୀପ ମାଝୀ କହିଥିଲେ ଶ୍ରମିକ ସଙ୍ଘଠନ ଏକ ମଜବୁତ ହେବା ସହ ମିଳିତ ହୋଇ ରହିଲେ ସମାଜ ସମସ୍ୟା ର ସମାଧାନ ହୋଇଥାଏ | ଆପଣ ମାନଙ୍କ ସଂଘ ସଦସ୍ୟ କିମ୍ବା ପରିବାର କୁ ଯେଉଁ ସବୁ ସହାୟତା ଯୋଗାଉଛନ୍ତି ତାହା ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ | କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ନରସିଂହ ନାୟକ କରିଥିବା ବେଳେ ସଂଘ ର ସମସ୍ତ ସଭ୍ୟାସଭ୍ୟ ଉପସ୍ଥିତ ରହିଥିଲେ | ମାଧବ ନାୟକ, କରୁଣାକର ଦଳେଇ, ସନୁ ଭତରା, ରବି ଗୌଡ଼,ମଙ୍ଗରାଜ ଭତରା, ଭୁବନ ବାଘ, ହରିହର ନାୟକ, ହର ନାୟକ ପ୍ରମୁଖ ସହଯୋଗ କରିଥିଲେ | 

ଅଜଣା ବାଇକ ଧକ୍କାରେ ଶିଶୁ ଗୁରୁତର

ପାପଡାହାଣ୍ଡି,1/2,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଗୋପିଗୁଡାରେ ମଙ୍ଗଳବାର ଏକ ଅଜଣା ବାଇକ ଧକ୍କାରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି | ତାଙ୍କ ନାମ ଖୁସବୁଲତା ମାଝୀ 3 | ତାଙ୍କ ଘର ଚରମୁଳା ରୁ ମା ଉଷାବତୀ ସହ ଚାଷ ଜମିକୁ ଆସିଥିଲେ | ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ, ତାଙ୍କୁ ପ୍ରଥମେ ମଇଦଲପୁର ଓ ପରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ  ଙ୍କ ରିପୋର୍ଟ 

Related posts

ଧୁମଧାମରେ ପାଳିତ ହେଲା ସାମ୍ବାଦିକ ନରୋତ୍ତମ ସେଲମାଙ୍କ ୨୫ତମ ବିବାହ ବାର୍ଷିକ ଉତ୍ସବ

Sunil Chandra Nayak

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

Sunil Chandra Nayak

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ ତରିଆ ମୁହାଭଟ୍ଟା ରେ ପୁଣି ବାଘ ଆତଙ୍କ

Sunil Chandra Nayak

Leave a Comment

error: Content is protected !!