ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

ବାଲିଆପାଳ 1/2/23 ( ମନିସ )ବସ୍ତା ବ୍ଲକ ଅନ୍ତର୍ଗତ କୈନଗରୀ ପଞ୍ଚାୟତ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଖଗେନ୍ଦ୍ର କୁମାର ଜେନାଙ୍କ ଆଜି ହୃଦଘାତରେ ପରଲୋକ ହୋଇଛି। ତେବେ ତାଙ୍କ ମୃତ୍ୟୁ ରେ ବସ୍ତା ଓ ବାଲିଆପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୬୮ ହୋଇଥିଲା। ତେବେ ଶିକ୍ଷକତା ଜୀବନରେ ସେ ଜଣେ ଛାତ୍ର ବତ୍ସଳ,ଅମାୟିକ ଏବଂ ମିଷ୍ଟଭାଷୀ ଭାବରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବେସ୍ ଆଦୃତ ଥିଲେ। ତାଙ୍କର ମୃତ୍ୟୁ କୁ ନେଇ ପୂର୍ବତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ତେବେ ତାଙ୍କ ମରଶରୀରକୁ ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ,ଦେଉଳା ପଞ୍ଚାୟତର ସରପଞ୍ଚ ସରୋଜ ପିଳା,ବାଲିକୁଟୀ ସରପଞ୍ଚ ଯଶୋଦା ମଣୀ ଧଳ, ରାଜେନ୍ଦ୍ର ଧଳ, ସମିତି ସଭ୍ୟା ସୁଚିସ୍ମିତା ଦେ,ବିମଳ ଲୋଚନ ଦେ,ବାଲିକୁଟୀ ପଞ୍ଚାୟତର ସମସ୍ତ ଏଗାର ଜଣ ଓ୍ବାର୍ଡମେମ୍ବର, ପୂର୍ବତନ ସରପଞ୍ଚ ବୈକୁଣ୍ଠ ରାଉତ୍, ଗୋବିନ୍ଦ ଦାସ୍,କୈନଗରୀ ହାଇସ୍କୁଲର ସମସ୍ତ ଷ୍ଟାଫ୍,ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା,କୈନଗରୀ ସରପଞ୍ଚ ରାଧାବଲ୍ଲଭ ମଣ୍ଡଳ , ବଣିଆଁଡିହା ସରପଞ୍ଚ କାଳିଚରଣ ଜେନା,ଜଗତଜୀବନ ଦାସ୍, ଜିଲ୍ଲା ପରିଷଦ ଅଞ୍ଜନ ଦଣ୍ଡପାଟ୍ ତଥା ବାଲିକୁଟୀ, ବଣିଆଁଡିହା,କୈନଗରୀ ଓ ପୁଟୁରା ପଞ୍ଚାୟତର ବିଭିନ୍ନ ଗ୍ରାମରୂ ଲୋକମାନେ ସ୍ବର୍ଗତ ଖଗେନ୍ଦ୍ର ସାର୍ ଙ୍କୁ ଶେଷ ଦର୍ଶନ କରିଥିଲେ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବାକାର୍ଯ୍ୟ ଓ ପୂଜ୍ୟପୂଜା 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ଗୀତିକବି ସମାଜର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!