ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁହୁରା ରୁ ସନ୍ଦିପଡ଼ା ରାସ୍ତା ଅତ୍ୟନ୍ତ ଶୋଚନୀୟ 

କୁହୁରା ରୁ ସନ୍ଦିପଡ଼ା ରାସ୍ତା ଅତ୍ୟନ୍ତ ଶୋଚନୀୟ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର କୁହୁରା ପଞ୍ଚାୟତର କୁହୁରା ରୁ ସନ୍ଧିପଡ଼ା ରାସ୍ତା କେବେ ମରାମତି ହେବ? ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତା ବଡ ବଡ ଖାଲ ହୋଇ ପାଣି ଜମି ରହିଛି ଓ ଢେଲ ପଥର ଗୁଡ଼ିକ ଉଠି ଥିବା ବେଳେ ଅତ୍ୟନ୍ତ ଖରାପ ହୋଇ ଯାଇଛି। ଲୋକଙ୍କ ଯିବା ଆସିବାରେ ଅସୁବିଧା ସହ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ଯିବାଆସିବା ଗମନାଗମନର ବାଧା ପ୍ରାପ୍ତ ହେଉଛି । ଦୀର୍ଘଦିନରୁ ଏହି ରାସ୍ତା ମରାମତି ନ ହେବା ଯୋଗୁଁ ଯାତାୟାତ କରୁଥିବା ଲୋକ ମାନଙ୍କୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳ ଲୋକଙ୍କ ଗମନାଗମନ ବ୍ୟବସ୍ଥା ଠିକ ନ ଥିବା ହେତୁ ନାଇ ନ ଥିବା ଅସୁବିଧା ଭୋଗୁଛନ୍ତି। ଦିନ ଦିନକୁ ଦିନ ସରକାର ବଦଳୁ ଛନ୍ତି ଭୋଟ ସମୟରେ ପ୍ରତିଶ୍ରୁତି ମଧ୍ୟ ଦେଉ ଛନ୍ତି ବିକାଶ ର ନାରା ବାଜି କରୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳ ବିକାଶ ହୋଇପାରୁ ନାହିଁ। ଲୋକଙ୍କ ବିଭିନ୍ନ ଯୋଜନା କରି ଭୋଟ ପାଇବାର ବ୍ୟବସ୍ଥା କରୁଛନ୍ତି ହେଲେ ବିକାଶ ହୋଇ ପାରୁ ନାହିଁ। କୌଣସି ଲୋକ ଯଦି ଏଥିପ୍ରତି ସ୍ୱର ଉତ୍ତୋଳନ କରନ୍ତି ତେବେ ତାଙ୍କୁ ଚପାଇବାର ବ୍ୟବସ୍ଥା କରିଥାନ୍ତି। ସମାଜ କଲ୍ୟାଣର ନାରାବାଜି କରୁଛନ୍ତି ହେଲେ ରାସ୍ତା ଘାଟ ସୁଧୁରି ପାରୁ ନାହିଁ। ନିମ୍ନ ଓ ମଧ୍ୟମ ପରିବାରରେ ବାସ କରୁଥିବା ଲୋକ ନିଜ ରୋଜଗାର କରିବାରେ ବ୍ୟସ୍ତ ରାସ୍ତା ଭଲ ହେଲେ କି ଖରାପ ହେଲେ ଧ୍ୟାନ ଦେଇ ପାରନ୍ତି ନାହିଁ। ସେଥିପାଇଁ ସରକାର ଉପରେ ନ୍ୟସ୍ତ କରି ଛାଡ଼ି ଦିଅନ୍ତି। ଅଞ୍ଚଳବାସୀ ପ୍ରତିନିଧିମାନେ ଏତେ ବ୍ୟସ୍ତ ରହନ୍ତି ଯେ ସେମାନେ ଯାଉ ଥିବା ରାସ୍ତା କେମିତି ଅଛି ଦେଖି ପାରନ୍ତି ନାହିଁ। ଯଦି କେହି ତାଙ୍କୁ ଫୋନ କରି ପଚାରନ୍ତି ତେବେ ମରାମତି ହେଇଯିବ କହନ୍ତି। କିନ୍ତୁ କଥା ଅନୁଯାୟୀ ସେହି କାମ ହୋଇପାରେ ନାହିଁ ଦିନ ପରେ ଦିନ ଗଢି ଚାଲେ, ଯେମିତି କି ସେମିତି କାର୍ଯ୍ୟ ରହି ଥାଏ। ଯାହା ଫଳରେ ରାସ୍ତା ଘାଟ ସୂଚନୀୟ ଅବସ୍ଥା ଯୋଗୁଁ ଦୁର୍ଘଟଣା ହେବାରେ ଲାଗି ଥାଏ। ଏହି ରାସ୍ତା ଠିକ ଅନୁସାରେ ବସ , କାର, ବାଇକ ଚଳାଚଲ କରି ପାରୁ ନାହିଁ। ଏଥିପ୍ରତି ବୁଦ୍ଧି ଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା କୁ ତୁରନ୍ତ ମରାମତି କରା ଯାଉ ବୋଲି ଜନ ସାଧାରଣରେ ଯାଉ ବୋଲି ଦାବୀ ହେଉଛି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ

Sunil Chandra Nayak

ଏନଆଇଟି ରାଉରକେଲା ଏନସିସି କ୍ୟାଡେଟମାନଙ୍କ ପାଇଁ୧୨ ଦିନିଆ ଆଡଭାନ୍ସ ଲିଡରସିପ୍ କ୍ୟାମ୍ପ ଆରମ୍ଭ

masiha

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ // ଲୋକ ପରମ୍ପରା ଓ ଧର୍ମୀୟଧାରା ର ମହାପ୍ରବାହ କାମନା ଦଣ୍ଡ

Sunil Chandra Nayak

Leave a Comment

error: Content is protected !!