ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲପଡା ଅଂଚଳ ରେ ବୁଲା କବିରାଜ୍  !

ବେଲପଡା ଅଂଚଳ ରେ ବୁଲା କବିରାଜ୍  !

        ବଲାଙ୍ଗୀର୍ ଜିଲ୍ଲା ,ବେଲପଡା, ଅଞ୍ଚଳରେ ଫେରି ଵାଲା ଫେଲ୍ ମାରିବ ଯେପରି କ୍ୱାକ୍ ମାନଙ୍କ ରାଜତ୍ଵ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ! କିଛି ଦିନ ତଳେ ତୁରକେଲା ରେ ଭୁଲ ଇଞ୍ଜେକ୍ସନ ଦେଇ ଏକ ମହିଳା ଙ୍କର ମୁର୍ତ୍ୟୁ ହୋଇ ଥିଲା।  ବଲାଙ୍ଗୀର୍ ରେ ବିଭିନ୍ନ ଅଞ୍ଚଳରୁ ଅଯୋଗ୍ୟ କବିରାଜ ମାନେ ଗିରବ ହେବେ କେବେ ସେଭଳି ଖଲିପଥର ଗାଁ ରେ ଛତୁ ଫୁଟିଲା ପରି କୁଆକ ବଢ଼ିଚାଲି ଛନ୍ତି , ବାବୁ ମାନଙ୍କୁ ସତେ ଯେପରି ଡାକ୍ତର ପାଠ ପଢ଼ିଲା ପରି, ନିଜକୁ ବଡ଼ ଡକ୍ଟର ପରିଚୟ ଦେଇ ଏହି ଅଂଚଳ ରେ ଦବଦବା ଦେଖାଉ ଛନ୍ତି , ଆମଜିଲ୍ଲା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥାଇ ମଧ୍ୟ୍ୟ ଏମିତି କାମ ହେଉଛି ଡବଲ ଇଞ୍ଜନ ସରକାର ଙ୍କର ଡବଲ କଥା ଏଠି ଗରିବ ଙ୍କର ମୁଣ୍ଡ ବ୍ୟଥା।

ଅଞ୍ଚଳରେ ସ୍ଵାସ୍ଥ୍ୟ ପ୍ରତି ଜନସାଧାରଣ ଏବେ ଭୟଭୀତ ଅବସ୍ଥାରେ ! କିନ୍ତୁ କିଛି ଗାଁ ମାନଙ୍କରେ ଏବେବି ପ୍ରଶାସନକୁ ଚେଲେଞ୍ଜ କରି ବେଧଡ଼କ୍ ଘରେ, ଘରେ ବେଆଇନ କ୍ଲିନିକ ଓ ପଥୋଲଜି ଲାବ କରି ବେଶ୍ ଆରାମରେ ମୋଟା ଅଙ୍କର ଅର୍ଥ ସାଉଟୁଛନ୍ତି କ୍ୱାକ ଡାକ୍ତର ମାନେ l,ଲୋକଙ୍କ ସାଧାରଣ ଜ୍ଞାନର ଅଭାବ ରହିଛି । ଜ୍ଞାନର ଅଭାବ ରୁ ବିନଷ୍ଟ ହେଉଛନ୍ତି । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ମାନେ ସବୁବେଳେ ଲୋକଙ୍କୁ ସେବା ପ୍ରଦାନରେ ତତ୍ପର ଅଛନ୍ତି ଓ ସରକାରୀ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି । ଏତେ  ସୁବିଧା ଥାଇ ମଧ୍ୟ, କିଛି ଟାଉଟର ବ୍ୟକ୍ତି ନିଜକୁ ସୁପର ଡାକ୍ତର ମନେ କରି ନିଜ ନିଜ ଘରେ କ୍ଲିନିକ ଖୋଲି ଏବଂ ଗାଁ ଗାଁ ବୁଲି ଅତି ଚାଲାକି ଢଙ୍ଗରେ ମନମୋହକ କଥା କହି ଲୁଟି ନେଉଛନ୍ତି ଗରିବ, ନିରୀହ, ଆଦିବାସୀ, ଅଶିକ୍ଷିତ, ଖଟିଖିଆଙ୍କ ଟଙ୍କା । ଓ ଏଥିର ଶିକାର ହେଉଛନ୍ତି ଶାନ୍ତ,ସରଳ, l ଏହି ମଜବୁରିର ସଠିକ୍ ଫାଇଦା ନେଉଛନ୍ତି ଏହି ଟାଉଟର ଅଣକୁଶଳୀ ଡାକ୍ତର ମାନେ ଯାହାକୁ କ୍ଵାକ ବୋଲି ମଧ୍ୟ କୁହାଯାଏ । ଏମାନଙ୍କ ଭୁଲ ଚିକିତ୍ସା ଯୋଗୁଁ କେତେ ଜଣ ଶାରୀରିକ ସମସ୍ୟାର ସମ୍ମୁଖୀନ କେତେ ଜଣ ମୃତ୍ୟୁ ର ସମ୍ମୁଖୀନ ହେଉଛନ୍ତି ତାହା କହିଲେ ନ ସରେ । ଏ ଟାଉଟରୀ ବାବୁ ମାନେ ନିଜକୁ ଡାକ୍ତର ସାଜୁଥିବା ଓ ଅନ୍ୟାୟ ଢଙ୍ଗରେ ଲୋକଙ୍କୁ ଲୁଟୁଥିବା ବିଷୟରେ, ପ୍ରଶାସନ ସଠିକ୍ ତଦନ୍ତ ଓ ପଦକ୍ଷେପ ନ,ନେବେ ବାରୂମ୍ଭାର ଖବର ପ୍ରସାରଣ କରିବୁ,ସର୍ବ ସାଧାରଣରେ ଦାବି ହେଉଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

Sunil Chandra Nayak

ବାଦାମପାହାଡ ସରସ୍ବତୀଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

୧- ବିପଦ ସଙ୍କୁଳ ଅବସ୍ଥାରେ ଯାଗୁଗୁଡ଼ା ଗ୍ରାମର ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର , ୨-ଛାତି ଯନ୍ତ୍ରଣାରେ ଅତିଥି ଗଣିତ ଶିକ୍ଷକଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!