ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପ୍ରସାରଣ ନେଇ ବୈଠକ

ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପ୍ରସାରଣ ନେଇ ବୈଠକ

ଆସିକା, ୨୭/୧୧/୨୫ — ଧରାକୋଟ ବ୍ଲକ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ବସ ସେବା କୁ ସାବଲୀଳ କରି କିଛି ପଞ୍ଚୟକୁ ପରିବର୍ଦ୍ଧିତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ବିଡ଼ିଓ ସଂଗ୍ରାମ କେଶରି ଜେନା ,ଏ ବିଡ଼ିଓ ସୁଶୀଲ କୁମାର ପଟ୍ଟନାୟକ ବୁଦ୍ଧିଜୀବୀ ତଥା ଆଇନଜୀବୀ ହୃଦାନନ୍ଦ ଜେନା ,OSRTC ର ବ୍ଲକ ସୁପରଭାଇଯର ସୁଧାଂଶୁ ଶେଖର ପ୍ରଧାନ, ସଂଜିତ କୁମାର ସ୍ବାଇଁ ,ମଛାକୋଟ ପଞ୍ଚାୟତ ର ସମାଜସେବୀ ସତ୍ୟ ନାରାୟଣ ପ୍ରଧାନ , ଦିଗି ର ଅରବିନ୍ଦ ପଟନାୟକ ଏବଂ ଘରୋଇ ବସ ଆସୋଷିସନ ର କର୍ମକର୍ତ୍ତା ସମସ୍ତେ ଉପସ୍ଥିତ ରହିଥିଲେ । ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC) ଦ୍ଵାରା ପରିଚାଳିତ ମୁଖ୍ୟମନ୍ତ୍ରୀ ବସ୍ ସେବା ଧରାକୋଟ ବ୍ଲକ ରେ କିପରି ସମସ୍ତ ଗ୍ରାମ ପଞ୍ଚାୟତ ରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇ ପାରିବ ସେଥିପାଇଁ ଏକ ବିସ୍ତୃତ ଆଲୋଚନା ହୋଇଥିଲା । ସୂଚନା ପ୍ରକାରେ ଧରାକୋଟ ବ୍ଲକ ରେ ମୁଖ୍ୟମନ୍ତ୍ରୀ ବସ୍ ସେବା ର ପାଞ୍ଚ ଗୋଟି ବସ୍ ପାଞ୍ଚଟି ରୁଟ୍ ରେ ବର୍ତ୍ତମାନ ଚାଲିଛି । କିନ୍ତୁ ଏହା ସମସ୍ତ ପଞ୍ଚାୟତ କୁ ପହଞ୍ଚି ପାରି ନାହିଁ। ଯେପରିକି ବରଡ଼ାବିଲି ପଞ୍ଚାୟତ ର ହରିପୁର, ପ୍ରତାପୁର, ସିମିଳିପଲ୍ଲି,ଆଠଘରିଆ, ଓଳମ୍ବା ପଞ୍ଚାୟତ ର ନୂଆ କସେଇ ,ପୁରୁଣା କସେଇ , ରାମଚନ୍ଦ୍ର ପୁର ଏଥିରୁ ବଞ୍ଚିତ ହୋଇରହିଥିବା ଯୋଗୁଁ ପ୍ରତିଦିନ ଉକ୍ତ ଗ୍ରାମ ମାନଙ୍କରୁ,ସହେ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ 5 ରୁ 7 କିମି ଚାଲି ଚାଲି ଆସି ଦସମାଇଲି ପାଖରେ ବସ୍ କୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ସେହିପରି ଝଡ଼ାବନ୍ଧ ପଞ୍ଚାୟତ ର କଳାସୂତା, ଭାଲୁଖୋଲପଲି ,ପଣିବନ୍ଧ, ପାଇକବଗଡ, ପଦ୍ମପଲି, ଉସ୍ତପଲି, ଦିଗି, କଣ୍ଟେଇକୋଳିଆପଲ୍ଲି ଗ୍ରାମ କୁ ବସ୍ ସଂଯୋଗ କରି ପାରୁନାହିଁ । ଯାହା ଦ୍ଵାରା କି ଲୋକମାନେ ନାହିନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଗ୍ରାମ ମାନକୁ ବସ୍ ସଂଯୋଗ ନ ହୋଇପାରୁଥିବା ହେତୁ ବିଭିନ୍ନ କଲେଜ୍ ରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଦୈନିକ ଚାଲି ଚାଲି ଯିବା ଆସିବା କରୁଥିବା ବେଳେ ଏସ ହେଚ ଜି ଗୋଷ୍ଠୀ ମହିଳା, ମିଶନ ଶକ୍ତି ମହିଳା ଓ ସଧାରଣ ଲୋକେ ବ୍ଲକ ସଦର ମହକୁମା ଧରାକୋଟ କୁ ଆସିବା ପାଇଁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ଏହା ସହିତ ଉକ୍ତ ଗ୍ରାମ ମାନଙ୍କରେ କାହାର ସ୍ଵାସ୍ଥ୍ୟ ଖରାପ ହେଲେ ଧରାକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସିବାକୁ ଚାଲି ଚାଲି କିମ୍ବା ଅଟୋ ଉପରେ ଭରସା କରନ୍ତି ଖର୍ଚ୍ଚାନ୍ତ ହେଉଛନ୍ତି ।ପୂର୍ବରୁ ଧରାକୋଟ ଠାରୁ ମଛାକୋଟ କୁ ଚଳାଚଳ କରୁଥିବା ବସ୍ ଟି ବର୍ତ୍ତମାନ ମାଛାକୋଟ ଗ୍ରାମ କୁ ପହଞ୍ଚି ନପାରି 2 କି ମି ପୂର୍ବରୁ ବାଲିପାଟଣା ଛକ ଠାରୁ ଫେରି ଆସୁଛି । ଯାହାକୁ ନେଇ ମାଛକୋଟ ପଞ୍ଚାୟତ ର କିଛି ବରିଷ୍ଟ ନାଗରିକ ଉକ୍ତ ବୈଠକ ରେ ଅଭିଯୋଗ କରିଥିଲେ । ଏହି ଘଟଣା ବିଷୟରେ ବସ ର ଉଭୟ ସୂପରଭାଇଯର ଙ୍କ ସହ ଆଲୋଚନା କରିବା ପରେ ସ୍ଥାନୀୟ ସରପଞ୍ଚ ଙ୍କୁ ଅବଗତ କରାଇ ଏହି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଧରାକୋଟ ଠାରୁ ଦୀଗି ଭାୟା ଝାଡ଼ାବନ୍ଧ, ପଣିବନ୍ଧ ଦେଇ ବହୁତ ଶୀଘ୍ର ରୁଟ ସର୍ଭେ କରି ବସ୍ ଚଳା ଚଳ କରି ପାରିବ ବୋଲି ଉଭୟ ସୁପରଭାଇଯର ପ୍ରତିଶୁତି ଦେଇଥିଲେ ।ଧରାକୋଟ ଠାରୁ କସେଇ ଭାୟା ହରିପୁର , ପ୍ରତାପୂର ରୁଟ ସର୍ଭେ ସାରି ନୂତନ ବସ୍ ପାଇଁ ଅନୁରୋଧ କରା ଯାଇଥିବା ସୂଚନା ଦେଇଥିଲେ। ଯାହା ଫଳରେ ବସ ସେବା ଆଗାମୀ ଏକ ସପ୍ତାହ ମଧ୍ୟରେ ସାବଲୀଳ ହେବାର ସମ୍ଭାବନା ଦେଖା ଦେଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

Sunil Chandra Nayak

କର୍ପୋରେଟ୍‌‍ ହାଉସ, ଶାସକ ଦଳ ନିୟନ୍ତ୍ରଣରୁ ଗଣମାଧ୍ୟମକୁ ମୁକ୍ତ ହେଉ : ରବି ରଥ

masiha

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

Leave a Comment

error: Content is protected !!