ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁତନ ମଞ୍ଜୁରି ପ୍ରାପ୍ତ ବାଦାମପହାଡ଼-ପୁରୀ ଜଗନ୍ନାଥଧାମ-ପୁରୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ ପାଇଁ ଏକମାତ୍ର ଅଁଳାଯୋଡି ରେଳ-ଜଙ୍କଶନ ସ୍ଟେଷନରେ ଦୁଇ-ମିନିଟ ରହଣି ପାଇଁ ଦାବିପତ୍ର ପ୍ରଦାନ

ନୁତନ ମଞ୍ଜୁରି ପ୍ରାପ୍ତ ବାଦାମପହାଡ଼-ପୁରୀ ଜଗନ୍ନାଥଧାମ-ପୁରୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ ପାଇଁ ଏକମାତ୍ର ଅଁଳାଯୋଡି ରେଳ-ଜଙ୍କଶନ ସ୍ଟେଷନରେ ଦୁଇ-ମିନିଟ ରହଣି ପାଇଁ ଦାବିପତ୍ର ପ୍ରଦାନ

   ମୟୂରଭଞ୍ଜ -୨୯/୦୬ ( ମସିହା )ପୁର୍ବତନ-ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତିଙ୍କ ନେତୃତ୍ୱରେ ଆଜି ସକାଳେ ଜେନେରାଲ ମେନେଜର ଦକ୍ଷିଣ-ପୁର୍ବ ରେଳ ଜୋନ ପ୍ରଶାସନକୁ ଏକ ଦାବିପତ୍ର ଅଁଳାଯୋଡି – ଜଙ୍କସନ ରେଳ ଷ୍ଟେସନ-ମେନେଜର ଶ୍ରୀ ହରେକୃଷ୍ଣ ଦାଶଙ୍କ ଜରିଆରେ ଅଁଳାଯୋଡି ଷ୍ଟେସନରେ ଦୁଇ ମିନିଟ ରହଣି ପାଇଁ ଦାବିପତ୍ର କୁ ଜେନେରାଲ୍ ମ୍ୟାନେଜର ଦକ୍ଷିଣ-ପୂର୍ବ ରେଳ ଜୋନର ନାମରେ ଶ୍ରୀ ଅନିଲ କୁମାର ମିଶ୍ରାଙ୍କୁ ଦିଆଯାଇଛି। 

ଏଠାରେ ଏକମାତ୍ର ଜଙ୍କଶନ ଅଁଳାଯୋଡି ରେଳ-ଜଙ୍କସନ ସ୍ଟେଷନରେ ଦୁଇ-ମିନିଟ ରହଣି ହୋଇ ହୋପାରିଲେ ଗୋରୁମାହିଷାଣୀ ଅଞ୍ଚଳର ଭକ୍ତମାନେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଟ୍ରେନ୍ ସୁବିଧାଯୋଗେ ଜଗନ୍ନାଥପୁରୀରେ ପହଞ୍ଚି ମହାପ୍ରଭୂଜୀଙ୍କ ଦର୍ଶନ କରି ଓ ଆଶୀର୍ବାଦ ଲାଭ ପାଇପାରିବେ। 

ଏହି ଟ୍ରେନ-ପରିଚାଳନା ଆରମ୍ଭ କରୁଥିବାରୁ ଅଞ୍ଚଳର ଜନସାଧାରଣ ବହୁତ ଖୁସି ଓ ଆନନ୍ଦିତ ହୋଇଛନ୍ତି ,ଏହା ପାଇଁ ରେଳବାଇ ବୋର୍ଡର ଉଚ୍ଚ-ଅଧିକାରୀ ମାନଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ-ମାଟିର-ସୁକନ୍ୟା ଭାରତବର୍ଷର ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବିଶେଷ ଧନ୍ୟବାଦ ଓ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

ପାଟଣାଗଡ଼ ବ୍ଳକସ୍ତରିୟ ସାରଦିୟ କ୍ରିଡା ମହୋତ୍ସବ ଉଦ୍ଯାପିତ

masiha

ରାଇରଙ୍ଗପୁରରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ଯ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!