ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁତନ ମଞ୍ଜୁରି ପ୍ରାପ୍ତ ବାଦାମପହାଡ଼-ପୁରୀ ଜଗନ୍ନାଥଧାମ-ପୁରୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ ପାଇଁ ଏକମାତ୍ର ଅଁଳାଯୋଡି ରେଳ-ଜଙ୍କଶନ ସ୍ଟେଷନରେ ଦୁଇ-ମିନିଟ ରହଣି ପାଇଁ ଦାବିପତ୍ର ପ୍ରଦାନ

ନୁତନ ମଞ୍ଜୁରି ପ୍ରାପ୍ତ ବାଦାମପହାଡ଼-ପୁରୀ ଜଗନ୍ନାଥଧାମ-ପୁରୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ ପାଇଁ ଏକମାତ୍ର ଅଁଳାଯୋଡି ରେଳ-ଜଙ୍କଶନ ସ୍ଟେଷନରେ ଦୁଇ-ମିନିଟ ରହଣି ପାଇଁ ଦାବିପତ୍ର ପ୍ରଦାନ

   ମୟୂରଭଞ୍ଜ -୨୯/୦୬ ( ମସିହା )ପୁର୍ବତନ-ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତିଙ୍କ ନେତୃତ୍ୱରେ ଆଜି ସକାଳେ ଜେନେରାଲ ମେନେଜର ଦକ୍ଷିଣ-ପୁର୍ବ ରେଳ ଜୋନ ପ୍ରଶାସନକୁ ଏକ ଦାବିପତ୍ର ଅଁଳାଯୋଡି – ଜଙ୍କସନ ରେଳ ଷ୍ଟେସନ-ମେନେଜର ଶ୍ରୀ ହରେକୃଷ୍ଣ ଦାଶଙ୍କ ଜରିଆରେ ଅଁଳାଯୋଡି ଷ୍ଟେସନରେ ଦୁଇ ମିନିଟ ରହଣି ପାଇଁ ଦାବିପତ୍ର କୁ ଜେନେରାଲ୍ ମ୍ୟାନେଜର ଦକ୍ଷିଣ-ପୂର୍ବ ରେଳ ଜୋନର ନାମରେ ଶ୍ରୀ ଅନିଲ କୁମାର ମିଶ୍ରାଙ୍କୁ ଦିଆଯାଇଛି। 

ଏଠାରେ ଏକମାତ୍ର ଜଙ୍କଶନ ଅଁଳାଯୋଡି ରେଳ-ଜଙ୍କସନ ସ୍ଟେଷନରେ ଦୁଇ-ମିନିଟ ରହଣି ହୋଇ ହୋପାରିଲେ ଗୋରୁମାହିଷାଣୀ ଅଞ୍ଚଳର ଭକ୍ତମାନେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଟ୍ରେନ୍ ସୁବିଧାଯୋଗେ ଜଗନ୍ନାଥପୁରୀରେ ପହଞ୍ଚି ମହାପ୍ରଭୂଜୀଙ୍କ ଦର୍ଶନ କରି ଓ ଆଶୀର୍ବାଦ ଲାଭ ପାଇପାରିବେ। 

ଏହି ଟ୍ରେନ-ପରିଚାଳନା ଆରମ୍ଭ କରୁଥିବାରୁ ଅଞ୍ଚଳର ଜନସାଧାରଣ ବହୁତ ଖୁସି ଓ ଆନନ୍ଦିତ ହୋଇଛନ୍ତି ,ଏହା ପାଇଁ ରେଳବାଇ ବୋର୍ଡର ଉଚ୍ଚ-ଅଧିକାରୀ ମାନଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ-ମାଟିର-ସୁକନ୍ୟା ଭାରତବର୍ଷର ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବିଶେଷ ଧନ୍ୟବାଦ ଓ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ବାହ୍ୟ ଜଗତରୁ ବିଛିନ୍ନ ଗୋପିସାହି ରେ କୋଇଡା ପ୍ରେସ କ୍ଲବ ଓ କୋଇଡା ପ୍ରଶାସନ ର ମିଳିତ ପ୍ରୟାସ ରେ ବଣ୍ଟନ ହେଲା ରିଲିଫ ସାମଗ୍ରୀ 

Sunil Chandra Nayak

Leave a Comment

error: Content is protected !!