ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳନ

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳନ

ରାଉରକଲା: ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ଆନୁକୂଲ୍ଯରେ ନୂଆଁଖାଇ ପର୍ବ ମହା ସମାରୋହରେ ପାଳନ ହୋଇ ଯାଇଛି । ଡ.କିଶୋରୀ ଦାଶଙ୍କ ସଂଯୋଜନାରେ ଉଦ୍ଘାଟକ ଭାବେ ବିଶିଷ୍ଟ ଶଲ୍ଯ ଚିକିତ୍ସକ ଡା.ଉତ୍ତମ ଚରଣ ଜେନା ତାଙ୍କର ଉଦ୍ଘାଟନି ଭାଷଣରେ ଓଡିଶାର ପର୍ବପର୍ବାଣୀର ବୈଶିଷ୍ଟତାକୁ ଆଗାମୀ ପିଢିମାନଙ୍କ ହୃଦୟରେ ଜାଗ୍ରତ କରିବା ଆବଶ୍ଯକ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ରିମ୍ସର ଅଧ୍ଯକ୍ଷା ନଳିନୀପ୍ରଭା ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଓଡିଶାର ଭାଷା ସାହିତ୍ଯ, କଳା ସଂସ୍କ୍ରୁତି ଓ ପରମ୍ପରାକୁ ଜନ ମାନସରେ ଉଜ୍ଜିବୀତ କରି ରଖିବା ପାଇଁ ଉତ୍କଳ ସମ୍ମିଳନୀର ଉଦ୍ଯମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ମୁଖ୍ଯ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ଯରେ ଉତ୍କଳ ସମ୍ମିଳନୀର ପ୍ରଚେଷ୍ଟାରେ ଆମେ ପାଇଥିଲୁ ଏକ ଭାଷା । ଏକ ଭୂଖଣ୍ଡ ପାଇଥିବାରୁ ଏହି ସମ୍ମିଳନୀ ସମଗ୍ର ଓଡିଆ ଜାତିର ମିଳନ ମଣ୍ଡପ ଏବଂ ସ୍ବାଭିମାନର ପ୍ରତୀକ। ଉତ୍କଳ ସମ୍ମିଳନୀକୁ ସୁଦ୍ରୁଢ କରିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ଯ ହେବା ଉଚିତ୍ ବୋଲି ମତ ରଖିଥିଲେ । ମୁଖ୍ଯବକ୍ତା ଭାବେ ସରକାରୀ ସ୍ବୟଂଶାସିତ ମହାବିଦ୍ଯାଳୟର ଓଡିଆ ଭାଷା ସାହିତ୍ଯର ବିଭାଗୀୟ ମୁଖ୍ଯ ଡଃ.ସୁଷମା ମୋଦି ତାଙ୍କ ବକ୍ତବ୍ଯରେ କହିଲେ ଯେ ନୂଆଁଖାଇ ପର୍ବ ଆଜି କେବଳ ପଶ୍ଚିମ ଓଡିଶାରେ ସିମିତ ନାହିଁ ,ଏହି ପର୍ବ ଆଜି ଓଡିଶା ସୀମାସରହଦ ଡେଇଁ ଦେଶ ବିଦେଶରେ ମହା ସମାରୋହରେ ପାଳନ କରାଗଲାଣି । ଏହା ଆଜି ଏକ ଗଣ ପର୍ବରେ ପରିଣତ ହେଲାଣି । ନୂତନ ଶସ୍ଯ ଅମଳରୁ ପ୍ରସ୍ତୁତ ପହିଲି ଭୋଗ କାହିଁକି ଦେବୀଙ୍କୁ ଅର୍ପଣ କରାଯାଏ ସେ ବିଷୟରେ ପୁରାଣ ଓ ଇତିହାସରୁ ବହୁ ଉଦାହରଣ ଉଦ୍ଧାର କରି ଏକ ସୁନ୍ଦର ବକ୍ତବ୍ଯ ରଖିଥିଲେ । ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ଦେଇଥିଲା ବେଳେ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । 

ପ୍ରାରମ୍ଭରେ କାର୍ଯକାରୀ ସଦସ୍ଯ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସମ୍ବଲପୁରୀ ନୃତ୍ଯ ଓ ସଂଗୀତର କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା । ରାଜକୁମାରୀ ଦେବୀ ଓ ସାଥିଙ୍କ ଦ୍ବାରା ଉତ୍କଳ ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଶେଷରେ ଉତ୍କଳ ଶିଳ୍ପ ପରିଚାଳକ ସମାଜର ସଭାପତି ଚିତ୍ତ ରଂଜନ ଦାସ ସମସ୍ତକୁ ଧନ୍ଯବାଦ ଅର୍ପଣ କରିଥିଲେ ।

ଅନ୍ଯମାନଙ୍କ ମଧ୍ଯରେ ଭଗବାନ ମହାପାତ୍ର,ନବଘନ ପାଣି,ବାଳକ୍ରୁଷ୍ଣ ସ୍ବାଇଁ,ଶମ୍ଭୁନାଥ ପରିଡା,ହରିହର ଶତପଥୀ,ରାଜ କିଶୋର ମିଶ୍ର,ସୂର୍ଯ୍ଯ ନାରାୟଣ ପଣ୍ଡା,ଜ୍ଯୋତ୍ସ୍ନା ନାୟକ, ରାଜେନ୍ଦ୍ର ମହାନ୍ତି,ବିମଳ ମହାନ୍ତି,ଶରତ କୁମାର ଦାଶ,ଜଗନ୍ନାଥ ରାଉତ,ଶ୍ରୀପତି ଶୁକ୍ଲା କାର୍ଯକ୍ରମ ପରିଚାଳନାରେ ସହଯୋଗ କରଥିଲେ । ଏହି ଉତ୍ସବରେ ସହରର ସବୁ ଅନୁଷ୍ଠାନର କର୍ମକର୍ତ୍ତା ,ସାହିତ୍ଯ ସଂସ୍କ୍ରୁତି ପ୍ରେମୀ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରି ଉତ୍କଳ ସମ୍ମିଳନିର ଏପରି କାର୍ଯ୍ଯକ୍ରମକୁ ଖୁବ୍ ପ୍ରଶଂସା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

masiha

ଭଦ୍ରାସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

masiha

Leave a Comment

error: Content is protected !!