ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ପଞ୍ଚାୟତ ସମିତିରେ ପ୍ରଥମ ସମିକ୍ଷା ବୈଠକ ଯୋଗ ଦେଲେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ କାମ ତ୍ୱରାନୀତ କରିବା ପାଇଁ ଦେଲେ ନିର୍ଦ୍ଦେଶ 

କାମାକ୍ଷାନଗର ପଞ୍ଚାୟତ ସମିତିରେ ପ୍ରଥମ ସମିକ୍ଷା ବୈଠକ ଯୋଗ ଦେଲେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ କାମ ତ୍ୱରାନୀତ କରିବା ପାଇଁ ଦେଲେ ନିର୍ଦ୍ଦେଶ 

କାମାକ୍ଷାନଗର (ମନିସ )29/6/24 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କାମାକ୍ଷାନଗର ବ୍ଲକ୍ ସଭାଗୃହ ମଧ୍ୟରେ ନିର୍ବାଚନ ପରେ ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଗାମୀ ଦିନର କାର୍ଯ୍ୟ ପନ୍ଥାକୁ ନେଇ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ପରେ ବ୍ଲକ୍ ସଭାଗୃହରେ ପହଞ୍ଚିବା ପରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବିଡ଼ିଓ ଅବିନାଶ ପାଣ୍ଡିଆ ,ପଞ୍ଚାୟତ ସମିତିର ସମସ୍ତ କର୍ମକର୍ତ୍ତା ଜିଲ୍ଲା ପରିଷଦ ସଭ୍ୟ ସରପଞ୍ଚ, ସମିତି ସଭ୍ୟ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସର୍ମଧନା କରିଥିଲେ। ଆୟୋଜିତ ସମୀକ୍ଷା ବୈଠକରେ ଦୁଇ ବିଧାୟକ ଯୋଗ ଦେଇ ସମସ୍ତ ପଞ୍ଚାୟତରେ ବାକି ରହିଥିବା କାର୍ଯ୍ୟ ଓ ବିଭିନ୍ନ ସରକାରୀ ଯୋଜନାର ଅର୍ଥକୁ ଉଚିତ ମାରଗରେ ଖର୍ଚ୍ଚ କରି ଓ ବିଜେପିର କର୍ମୀ ଓ ସଂଗଠକ ଙ୍କ ମାଧ୍ୟମରେ ଓ ବିଧାୟକଙ୍କ ପରାମର୍ଶରେ କାର୍ଯ୍ୟ କରିବା ପାଇଁ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ। ପୂର୍ବରୁ ରହିଥିବା ପାନୀୟ ଜଳ ସମସ୍ୟା ବିଦ୍ୟୁତ୍ ସଭା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗୃହ ଜଙ୍ଗଲ ସୁରକ୍ଷା ନଳକୂପର ପୁର୍ନଦ୍ଧାର ବାଧର୍କୀୟ ଓ ବିଧବା ଭତ୍ତା କାର୍ଡ଼ଧାରି ମାନଙ୍କୁ ମିଳୁଥିବା ଚାଉଳର ସୁ ବଣ୍ଟନ ଆଦି ସଂପର୍କରେ ଆଲୋଚନା କରିଥିଲେ।ଏହି ସମୀକ୍ଷା ବୈଠକରେ ସମସ୍ତ ବିଭାଗରଅଧିକାରୀ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କେବେ କର୍ଯ୍ୟ କ୍ଷମ୍ ହେବ ଜୁନାଗଡ ରକ୍ତ ସଂଗ୍ରକ୍ଷଣ କେନ୍ଦ୍ର

Sunil Chandra Nayak

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

masiha

“ଖଣି ସହରରେ ଧନମାଳି ଫୋଟ ଭାଇରାଲ”ଖଣିବିଭାଗରେ କେହିନଥିଲା ବେଳେ କଣ ଖୋଜୁଛି ବ୍ରୋକର ?

masiha

Leave a Comment

error: Content is protected !!