ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ଓ ପରିମଳ ବିଭାଗ ର ସଚେତନତା କର୍ମଶାଳା

ଜଳ ଓ ପରିମଳ ବିଭାଗ ର ସଚେତନତା କର୍ମଶାଳା

ଆସିକା, ୨୭/୧୧/୨୫ — ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କ ତତ୍ତ୍ଵାବଧାନରେ ବ୍ଲକ ବୈଠକ ଗୃହରେ ଜଳ ଓ ପରିମଳ ବିଭାଗ ର ଦୁଇ ଦିନଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷ ମନୋଜ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ ।ଏଥିରେ ଏ ବି ଡି ଓ ସୁଶିଲ ପଟନାୟକ, ବିଭାଗୀୟ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ବି ଆର ସି ସି ସୁଶାନ୍ତ କୁମାର ବେହେରା , ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ଆଭିମୁଖ୍ୟ ଆମର ଜଳ ଆମର ଦାୟିତ୍ବ ଏବଂ ପରିମଳ ମାଧ୍ୟମରେ ଗ୍ରାମ ସମୃଦ୍ଧି ବିଷୟରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି,ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏ ଡି ଇ ଓ, ଏସ ଇ ଏମ, ଭି ଡବ୍ଲୁ ଏସ ସି ସଦସ୍ୟ ମାନଙ୍କୁ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ, ବାହାରେ ମଳ ତ୍ୟାଗ ରୋକିବା,ସ୍ବଚ୍ଛତା ଦ୍ଵାରା ହେଉଥିବା ବିଭିନ୍ନ ଫାଇଦା ଉପରେ ସଚେତନତା କରାଇଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା 

Sunil Chandra Nayak

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

masiha

ନୂଆପଡ଼ାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ  ୨୫୨ ଦିବ୍ୟାଙ୍ଗଜନ ପଞ୍ଜିକୃତ, ୧୦୧ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନା ପାଇଁ ଚିହ୍ନଟ

Sunil Chandra Nayak

Leave a Comment

error: Content is protected !!