ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ 

ଡାବୁଗାଁ, ୨୬/୧୦ (ମ.ନି.ସ.)- ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି ,କୁର୍ଚି ଓ ଶିରା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା | ଅପରାହ୍ନ ରେ ସମସ୍ତ ଲାଠି, କୁର୍ଚି ଡାବୁଗାଁ ମାଁ ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ | ସେଠାରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ସୁସଜିତ ହୋଇ ପାରମ୍ପରିକ ଢୋଲ ମର୍ଦଳ ତାଳେ ତାଳେ ନୃତ୍ୟରତ ଭାବେ ଗ୍ରାମ ପରିକ୍ରମା କରିଥିଲେ | ପରେ ମାଁ ଡାବାଦେଇ ମନ୍ଦିରରେ ପହଞ୍ଚିଥିଲେ | ଗୁରୁବାର ସାପ୍ତାହିକ ହାଟ ଥିବାରୁ ଭକ୍ତଙ୍କ ଭିଡ ପରିଲଖିତ ହୋଇଥିଲା | ଏହି ଦଶହରା ଆଶ୍ଵିନ ମାସରେ ଦଶହରା ପର୍ବ ରେ ମା ଦୂର୍ଗାଙ୍କ ଦଶମୀ ପୂଜା ପରେ ଯେଉଁ ଗୁରୁବାର ପଡିଥାଏ ସେହିଦିନ ଆଦିବାସୀ ଦଶହରା ପାଳିତ ହୋଇଥାଏ | ଏଥିରେ ଗ୍ରାମର ପ୍ରାୟ ବହୁ ଲୋକଙ୍କ ସମାଗମ ହୋଇଥିଲା | ରାତିରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ୨ ଟି ଦେଶିଆ ନାଟ ଯଥା:- କୋରାପୁଟ ଜିଲା ର ଗଞ୍ଜେଇପଦର ଗ୍ରାମର ଆଦିବାସୀ ନାଟକ ଭୁବନ ଗୁରୁ ଙ୍କ ନିର୍ଦ୍ଦେଶିତ “ଦିଲ ଦେଇ ବରବାଦ ହେଲି” ଓ କୁନ୍ଦ୍ରା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “ଦୁଃଖ ଦେଇଗଲା ଜୀବନ ସାଥୀ” ପ୍ରଦର୍ଶିତ କରାଯାଇଛି | ଉକ୍ତ କାର୍ଯ୍ୟକ୍ରମ ଗୁଡିକ ଡାବୁଗାଁ ଦୂର୍ଗା ପୂଜା କମିଟି ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓମ୍ ଶାନ୍ତି ସର୍ବ ଶାସ୍ତ୍ର ସିରୋମଣି ଶ୍ରୀମଦ୍ ଭଗବତ ଗୀତାର ଆଧ୍ୟାତ୍ମିକ ରହସ୍ୟ ବା ଚିନ୍ତାମୁକ୍ତ ରାଜଯୋଗ ଶିବିର

Sunil Chandra Nayak

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

masiha

ଚପୁରିଆ ଓ ଉଦେସୁରୁଙ୍ଗ ପଞ୍ଚାୟତରେ “ବିନ୍ଦୁମିନା ସେବା ଫାଉଣ୍ଡେସନ” ର ତରଫରୁ ୧୩୬୦ ଜଣ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ ଛତା ଓ ଚପଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!