ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

ଚିଲିଗୁଡା( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ଚଳିତ ରବି ଚାଷ ରେ ମୁଗ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ନେଇ ବିହନ ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଚାଷୀ ମାନେ କିପରି ଭାବରେ ମୁଗ ଚାଷ କରି ଅଧିକା ଅମଳ କରିବେ ସେ ନେଇ ଆଜି ଜିଲ୍ଲା କୃଷି ଅଧିକାରୀ ନାରାୟଣ ଉପାଧ୍ୟାୟ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ ।ଏହି ବିହନ ବିତରଣ କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ବ୍ଲକ କୃଷି ଅଧିକାରୀ ରଞ୍ଜନ କୁମାର ପଟେଲ ଏବଂ ଗ୍ରାମ୍ୟ କୃଷି ଅଧିକାରୀ ପ୍ରଦିପ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ମୁଗ ବିହନ ପ୍ରଦାନ କରିଥିଲେ ।ଏଥିରେ ଚିଲିଗୁଡା ଗ୍ରାମର ଅନେକ ଚାଷୀ ଉପସ୍ଥିତ ରହି ବିହନ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ କୃଷକ ସାଥି ବିଦ୍ୟାଧର ନ।ଏକ ଏବଂ ବସନ୍ତ ଯୋଶୀ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଇରଙ୍ଗପୁର! ସନସାଇନ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ 

masiha

କାର୍ଯ୍ୟକ୍ଷମ ହେଲା ଆରଜିଏଚ ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ 

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିନ୍ଦୁ ମହାନନ୍ଦ

Sunil Chandra Nayak

Leave a Comment

error: Content is protected !!