ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

ଚିଲିଗୁଡା( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ଚଳିତ ରବି ଚାଷ ରେ ମୁଗ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ନେଇ ବିହନ ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଚାଷୀ ମାନେ କିପରି ଭାବରେ ମୁଗ ଚାଷ କରି ଅଧିକା ଅମଳ କରିବେ ସେ ନେଇ ଆଜି ଜିଲ୍ଲା କୃଷି ଅଧିକାରୀ ନାରାୟଣ ଉପାଧ୍ୟାୟ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ ।ଏହି ବିହନ ବିତରଣ କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ବ୍ଲକ କୃଷି ଅଧିକାରୀ ରଞ୍ଜନ କୁମାର ପଟେଲ ଏବଂ ଗ୍ରାମ୍ୟ କୃଷି ଅଧିକାରୀ ପ୍ରଦିପ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ମୁଗ ବିହନ ପ୍ରଦାନ କରିଥିଲେ ।ଏଥିରେ ଚିଲିଗୁଡା ଗ୍ରାମର ଅନେକ ଚାଷୀ ଉପସ୍ଥିତ ରହି ବିହନ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ କୃଷକ ସାଥି ବିଦ୍ୟାଧର ନ।ଏକ ଏବଂ ବସନ୍ତ ଯୋଶୀ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

masiha

ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ପୂର୍ବତନ ଅଧ୍ୟକ୍ଷ ସୁସାହିତ୍ୟିକ ସତ୍ୟ ପଟ୍ଟନାୟକଙ୍କ ମାତୃ ବିୟୋଗ।

masiha

Leave a Comment

error: Content is protected !!