ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ବାଇକ୍ ଚାଳକ ମୃତ 

ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ବାଇକ୍ ଚାଳକ ମୃତ 

ଖପ୍ରାଖୋଲ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ଗ୍ରାମ ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାରେରେ ବାଇକ୍ ଚାଳକ ର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅନ୍ତର୍ଗତ ଅନକାମରା ଗାଁ ର ଅଜୁ ତାଣ୍ଡି (୨୦) ବୋଳି ସୂଚନା ମିଳିଛି । ସୂଚନାନୁଯାୟୀ ଗାଡ଼ି ନମ୍ବର ଓଡି ୧୭ଏନ-୫୩୨୭ ବାଇକରେ ଅଜୁ ନିଜ ଗାଁ ରୁ ସନ୍ଧ୍ୟା ୬ଟା ସମୟରେ ଅନ୍ୟ ଗ୍ରାମକୁ ବରଯାତ୍ରୀ ଯିବା ପାଇଁ ବାହାରିଥିଲେ । ବାହା ଘରୁ ନିଜ ଗାଁ କୁ ଫେରିଲା ସମୟରେ ମାଟିଆଭଟା ନିକଟ ବୁଲାଣି ରେ ଭାରସାମ୍ୟ ହରାଇ ବାଇକ୍ ଟି ଗୋଟିଏ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା। ମଧ୍ୟ ରାତ୍ରି ସମୟରେ ଦୁର୍ଘଟଣା ଘଟି ଥିବାରୁ କେହି ଜାଣି ପାରିଲେ ନାହିଁ । ସ୍ଥାନୀୟ ଲୋକେ ସକାଳୁ ଦେଖିବାକୁ ପାଇ ଘରଲୋକଙ୍କୁ ଖବର କରିଥିଲେ । ଘରଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ। ଖପ୍ରାଖୋଲ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଜୁ ର ଶରୀରକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁମୃତ ଘୋଷଣା କରିଥିଲେ । ଏ ନେଇ ଖପ୍ରାଖୋଲ ପୋଲିସ ମୃତ ବ୍ୟକ୍ତିର ପଞ୍ଚନାମା କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୮୨/୨୦୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲେ ବାଲିଆପାଳ ତହସିଲଦାର

Sunil Chandra Nayak

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

Sunil Chandra Nayak

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!