ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ  

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ  

ଭବାନୀପାଟଣା ତା. ୦୩.୧୨.୨୦୨୫ : ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଆଜି ସ୍ତାନୀୟ ଟାଉନହଳ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟାକ୍ରମରେ ସହରରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ଶୋଭାଯାତ୍ରା ପରିକ୍ରମାରେ ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହର ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ମୁଖ୍ୟ ବକ୍ତା ଭାବରେ ଜିଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢି ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଚେତା ପାଣି , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ।, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ତହସିଲଦାର ଭବାନୀପାଟଣା ସୁଚିସ୍ମିତା ପାତ୍ର, ସଭାପତି ଜିଲ୍ଲା ଭିନ୍ନକ୍ଷମ ସମିତି ହେମନ୍ତ କୁମାର ତାଣ୍ଡି ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ଭିନ୍ନକ୍ଷମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସମାଜରେ ଦିବ୍ୟାନଗ ବ୍ୟକ୍ତି କୌଣସି କ୍ଷେତ୍ରରେ କମ ନୁହନ୍ତି ତାଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହୋଇ ସହଯୋଗର ହାତ ବଢାଇବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରତି ସଚେତନ ହୋଇ ତାର ଲାଭ ଉଠାଇବା ପାଇଁ ଅତିଥିମାନେ ସୂଚନା ଦେଇଥିଲେ । ଏହି ଅବସରରେ ସାମାଜିକ ସୁରକ୍ଷା ସହାୟତା ଅର୍ଥ ରାଶି ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

( ମ ନି ସ ) 

Related posts

ଉମରକୋଟ ଠାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଧାନ ମଣ୍ଡି

masiha

ବିଡମ୍ବନା !!  କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ରାସ୍ତାରେ ଖେଳୁଛି ହଂସ 

Sunil Chandra Nayak

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!