ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ପ୍ରସ୍ତୁତି ବୈଠକ 

୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ପ୍ରସ୍ତୁତି ବୈଠକ 

ଭବାନୀପାଟଣା  : କଳାହାଣ୍ଡିର କଳା ସଂସ୍କୃତି ଐତିହ ପରମ୍ପରା ଓ ଭାଇଚାରା ସମ୍ପକର ମହୋତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହାସମାରୋହରେ ପାଳନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷୟତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଆଗାମୀ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁର କିପରି ଶାନ୍ତି ଶୃଙ୍ଖଳା ସହିତ ଭାଇଚାରା ସମ୍ପର୍କକୁ ବଜାଇରଖି ମହାସମାରୋହରେ ଆସନ୍ତା ତା. ୧୪.୦୧.୨୦୨୫ ଠାରୁ ତା. ୧୭.୦୧.୨୦୨୫ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଭବାନୀପାଟଣା ଓ ତା. ୧୫.୦୧.୨୦୨୫ ଠାରୁ ତା. ୧୭.୦୧.୨୦୨୫ ପର୍ଯ୍ୟନ୍ତ ଧର୍ମଗଡଠାରେ ପାଳନ କରାଯିବ ସେଥିରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । 

କଳାହାଣ୍ଡି ମହୋତ୍ସବ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ପାଇଁ ଓ ଅଧିକ ସରସ ସୁନ୍ଦର କରିବା ପାଇଁ ଏଥିପାଇଁ ଆବଶ୍ୟକ ବିଭିନ୍ନ କମିଟି, ସବକମିଟି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୂର୍ବବର୍ଷ ଭଳି ଆଗାମୀ କଳାହାଣ୍ଡି ଉତ୍ସବ–୨୦୨୫ ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ପୌରାଞ୍ଚଳ, ଜିଲ୍ଲା ସ୍ତରରେ ଜିଲ୍ଲା ସଂସ୍କୃତି ପରିଷଦ ଦ୍ଵାରା ନିର୍ଦ୍ଧାରିତ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ତିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦିଲ୍ଲିପ କୁମାର ମହାରଣା, ଉପଜିଲ୍ଲାପାଳ ଧର୍ମଗଡ ଧୀମାନ ଚାକମା,ଉପ ଜିଲ୍ଲାପାଳ ଭବାନୀ ପାଟଣା,,ପ୍ରଭାତ କୁମାର ପରିଡା, ମାନ୍ୟବର ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ଜୟଶଙ୍କର ନାୟକ , ମାନ୍ୟବର ବିଧାୟକ ଭବାନୀପାଟଣାଙ୍କ ପ୍ରତିନିଧି ଉଚ୍ଛବ ସାହୁ, ମାନ୍ୟବର ବିଧାୟକ ଧର୍ମଗଡଙ୍କ ପ୍ରତିନିଧି ହୃଷିକେଶ ମିଶ୍ର, ଜିଲ୍ଲା ସଭାପତି ବି.ଜେ.ପି. ଆର୍ତ୍ତତ୍ରାଣ ନାୟକ, ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ, ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ସବକମିଟିର ସମସ୍ତ କର୍ମକର୍ତ୍ତା, ସଭ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସମସ୍ତ ଙ୍କର ମତାମତ କୁ ପ୍ରାଧାନ୍ୟ ଦେଇ ଉତ୍ସବ ପାଳନ ର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

( ମ ନି ସ ) 

Related posts

ନାଲକୋ ଖଣି ଅଂଚଳର ଦୁଃଖ ଟାଙ୍ଗଣିପଦର ଗାଁ , ଅଙ୍ଗନବାଡ଼ି ଘରେ ଚାଲିଛି ପାଠ ପଢା ବିଜୁଳି ରାସ୍ତା ସାତ ସପନ

Sunil Chandra Nayak

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

masiha

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

masiha

Leave a Comment

error: Content is protected !!