ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତି ପ୍ରମାଣପତ୍ର ପ୍ରଦାନରେ ଆର ଆଇଙ୍କ ଅସହଯୋଗ ଅସନ୍ତୋଷ ପ୍ରକାଶ କଲେ ବିଧାୟକ….

ଜାତି ପ୍ରମାଣପତ୍ର ପ୍ରଦାନରେ ଆର ଆଇଙ୍କ ଅସହଯୋଗ

ଅସନ୍ତୋଷ ପ୍ରକାଶ କଲେ ବିଧାୟକ….

ରାଉରକେଲା : ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ସହିତ ଉଚ୍ଚଶିକ୍ଷା ପ୍ରାପ୍ତି ଇତ୍ୟାଦିରେ ବିଶେଷ ସୁବିଧା ପାଇବା ପାଇଁ ଅନେକ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ତହସିଲ କାର୍ଯ୍ୟାଳୟରୁ ଜାତି ପ୍ରମାଣପତ୍ର ପ୍ରାପ୍ତ କରିଥାନ୍ତି । ଏହି କ୍ରମରେ ଇସ୍ପାତ ସହରାଞ୍ଚଳର ଲୁଆକେରା ଏବଂ ତୁମକେଲା ଗ୍ରାମର କିଛି ଛାତ୍ରଛାତ୍ରୀ ମାନେ ରାଉରକେଲା ତହସିଲଦାରଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ । ନିୟମାନୁସାରେ ଏହି ଆବେଦନକୁ ତହସିଲ ପକ୍ଷରୁ ରିପୋର୍ଟ ପ୍ରଦାନ ପାଇଁ ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ତେବେ ସମ୍ପୃକ୍ତ ଆର ଆଇ ଜଣଙ୍କ ବିଭିନ୍ନ ଆଳ ଦେଖାଇ ଆବେଦନକାରୀଙ୍କୁ ଜାତି ପ୍ରମାଣପତ୍ର ପାଇଁ ଆବଶ୍ୟକ ରିପୋର୍ଟ ପ୍ରଦାନ ନକରିବାରୁ ଆବେଦନକାରୀ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜାତି ପ୍ରମାଣପତ୍ର ନପାଇ ଉଚ୍ଚଶିକ୍ଷା ପାଇଁ ନିଜ ନିଜର ଆବେଦନ ଦାଖଲ କରି ନପାରି ହଇରାଣ ହରକତ ହେଉଥିବା ଖବର ପାଇ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ରାଉରକେଲା ତହସିଲଦାରଙ୍କ କାର୍ଯ୍ୟାଳୟ କୁ ଯାଇ ଲୋକଙ୍କ ସମସ୍ୟା ସମ୍ବନ୍ଧରେ ତହସିଲଦାରଙ୍କୁ ଅବଗତ କରାଇବା ସହିତ ଫୋନ ଯୋଗେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ ତାଗିଦ କରିଥିଲେ । ସମ୍ପୃକ୍ତ ଆର ଆଇଙ୍କ କାର୍ଯ୍ୟପଦ୍ଧତ୍ତି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ତହସିଲଦାରଙ୍କୁ ବିଧାୟକ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ସମାଜସେବୀ ଗୟାଧର ନାଏକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଗୁରୁଜୀ ଓ ଗୁରୁମାତା ମାନଙ୍କୁ ନେଇ ନୂଆଁଖାଇ ଭେଟଘାଟ ସଭା ଓ ଏକ ଦିନିଆ ତାଲିମ ଶିବିର ଆୟୋଜିତ

Sunil Chandra Nayak

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

Sunil Chandra Nayak

Leave a Comment

error: Content is protected !!