ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ପାଳତ 

ଅନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ପାଳତ 

ଜୁନାଗଡ଼,୫/୧୨(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜୁନାଗଡ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି I ପ୍ରଥମେ ସମସ୍ତ ଆସିଥିବା ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କୁ ନେଇ ସମ୍ମାନ ରକ୍ଷା ଓ ସଶକ୍ତିକରଣ ପାଇଁ ଶପଥ ପାଠ କରିବା ପରେ ବିଭିନ୍ନ ବାର୍ତ୍ତା ସହିତ ନାରା ଦେଇ ସହର ପରିକ୍ରମା କରା ଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ହାଣ୍ଡି ପିଟା,ନାଚ ,ଗୀତ,ଚୌକି ବସା,ଚିତ୍ରାଙ୍କନ ପ୍ରଭୁତି ପ୍ରତିଯୋଗିତା କରି ପୁରସ୍କାର ବିତରଣ କରା ଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଠାକୁର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ମାଝୀ ସମ୍ମାନିତ ଅତିଥି ଭାବରେ କୁଳମଣି ମାଝୀ , ଜୁନାଗଡ ଏନ.ଏ.ସି ସିଆରସିସି ନୀଳାଞ୍ଚଳ ନାଗ ,ବ୍ରାହ୍ମଣିଗୁଡା ସିଆରସିସି ସିତେଶ ପାଢ଼ୀ , ବିଆରପି କାର୍ତ୍ତିକ ସରାପ ,ଆଇ ଇ ଭି ମାଳତୀ ବେନୁଆ ,ଧବଳେଶ୍ୱର ଦୁର୍ଗା ,ଦେବରାଜ ସୁନାନୀ,ଜ଼ମଦଗ୍ନି ଗହୀର , ଦୁର୍ଯୋଧନ ମେହେର ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ମନୋବଳ ବଢାଇଥିଲେ I କାର୍ଯ୍ୟକ୍ରମଟିକୁ ବିଆରପି ବିଶ୍ୱ ରଞ୍ଜନ ବୈଠାରୁ ପରିଚାଳନା କରିଥିବା ବେଳେ ଜ଼ମଦଗ୍ନି ଗହୀର ଧନ୍ୟବାଦ ପ୍ରଦାନ କରିଥିଲେ I

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆଲୋଚନା

Sunil Chandra Nayak

ଅନୁଷ୍ଠିତ ହେଲା ୯ମ ପଞ୍ଚାୟତ ସମିତି ଅଧିବେଶନ, ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପାଇଁ ନିର୍ଦ୍ଦେଶ

masiha

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!