ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ

ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ……

ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗରେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ।

ଧର୍ମଗଡ଼ ବିଧାୟକ ଙ୍କ ଠାରୁ ପ୍ରକୃତ ତଥ୍ଯ ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କ ଉପରେ ମନ୍ତ୍ରୀଙ୍କ ବିରକ୍ତି ପ୍ରକାଶ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲା ଧର୍ମଗଡ ଠାରେ ଠାରେ ବହୁ ପ୍ରତିକ୍ଷିତ ଇଲେକ୍ଟ୍ରିକ ଡିଭିଜନ ୨୦୧୦ ମସିହାରେ ଅନୁମୋଦନ ହୋଇଥିଲା ଓ ୨୦୧୫ମସିହା ଫେବ୍ରୁୟାରୀ ୨୦ ତାରିଖ ଦିନ ବିଧିବଦ୍ଧ ଭାବେ ଉଦଘାଟିତ ହେଇଥିଲା । ଏହାକୁ ତତ୍କାଳିନ କଳାହାଣ୍ଡି ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ମନୋରଂଜନ ଶତପଥି ଉଦ୍ଘାଟନ କରିଥିଲେ ଏଵଂ ସେ ସମୟ ରେ ଜଣେ ନିର୍ବାହୀ ଯନ୍ତ୍ରୀ ଏଠାରେ ନିଯୁକ୍ତ ହୋଇ ଥିଲେ । ଗୋଟିଏ ଭଡ଼ା ଘରେ ଏହି କାର୍ଯ୍ୟାଳୟ ଚାଲି ଥିଲା । କିନ୍ତୁ କାର୍ଯ୍ୟାଳୟ ଉଦ୍ଘାଟନ ର କିଛି ଦିନ ପରେ ଏହି କାର୍ଯ୍ୟାଳୟ ଭବାନିପାଟଣା କୁ ଉଠି ଯାଇ ଥିଲା । ଏହି ଘଟଣା ପରେ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଇ ଥିଲା । ସେ ସମୟ ରେ ତତ୍କାଳିନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ବିଧାନ ସଭାରେ ପ୍ରଶ୍ନ ଉପସ୍ଥାପନ କରିଥିଲେ । ଧର୍ମଗଡ ଠାରେ ପୁଣି ଥରେ ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ଉତ୍ତର ଦେଇଥିଲେ କିନ୍ତୁ କାର୍ଯ୍ୟକ୍ଷମ ହେବା ଦୂରର କଥା ଧର୍ମଗଡ ଠାରେ ଉପଯୁକ୍ତ ଗୃହ ଓ ଆବଶ୍ୟକତା ଅନୁସାରେ କର୍ମଚାରୀ ନ ଥିବାରୁ ଏହି କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ହେବାର ପ୍ରଶ୍ନ ନାହି ବୋଲି ସେହି ସମୟ ର ନିର୍ବାହୀ ଯନ୍ତ୍ରୀ ଆଲୋକ ପଟ୍ଟନାୟକ କହିଥିଲେ । ଏହି ସମସ୍ୟା କୁ ନେଇ ବିଧନସଭାରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷି ଙ୍କ ଅନତାରକା ପ୍ରଶ୍ନ ୧୮୪୦ ରେ ଭବାନିପାଟଣା ଠାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ପଶ୍ଚିମ ଇଲେକ୍ଟ୍ରିକାଲ ଡିଭିଜନ କୁ ଗତ ୧୪/୧୨/୨୦୧୦ ରେ ୱେସ୍କୋ ଚିଠି ସଂଖ୍ୟା:୧୦୮୬ ମାଧ୍ୟମ ରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ ଇଲେକ୍ଟ୍ରିକାଲ ଡିଭିଜନ ନୂତନ ରେ ଧର୍ମଗଡ କୁ ଶାରିରୀକ ଭାବେ ସ୍ଥାନାନ୍ତର କରା ଯାଇଥିଲା । ଏହା ଧର୍ମଗଡ ଠାରେ ଉଦ୍ଘାଟିତ ହୋଇ କାର୍ଯ୍ଯ କରିବା ପରେ ପୁନର୍ବାର ଭବାନିପାଟଣା କୁ ଫେରାଇ ଅଣାଯାଇଛି ।ଏହି ଡିଭିଜନ କୁ ଶାରିରୀକ ଭାବେ ସ୍ଥାନାନ୍ତର ପାଇଁ ବିଭାଗ ର ନିର୍ଦ୍ଦେଶ କୁ ବିତରଣ କାରୀ ସଂସ୍ଥା TPWODL ର ସିଇଓ ବେଖାତିର କରି ଆଜି ଯାଏ ଧର୍ମଗଡ ରେ ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି ଏହି ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଧର୍ମଗଡ କୁ ବିଦ୍ୟୁତ୍ ଡ଼ିଭିଜନ ସ୍ଥାନାନ୍ତର କରାଯିବା ପାଇଁ ଧର୍ମଗଡ଼ ପ୍ରଶ୍ନ ଉପସ୍ଥାପନ କରିଥିଲେ । ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କ ପ୍ରଶ୍ନ ର ଉତ୍ତର ରେ ଶକ୍ତି ବିଭାଗ ପକ୍ଷରୁ କଳାହାଣ୍ଡି ପୂର୍ବ ଓ ପଶ୍ଚିମ ଦୁଇଟି ବିଭାଗୀୟ ମୁଖ୍ୟାଳୟ ଭବାନିପାଟଣା ଠାରେ ଅବସ୍ଥିତ। କଳାହାଣ୍ଡି ପଶ୍ଚିମ ବିଭାଗ ରେ ଥିବା ଧର୍ମଗଡ, ଜୁନାଗଡ ଓ ଚରବାହାଲ ନାମକ ତିନିଟି ସବ ଡ଼ିଭିଜନ ରହିଛି। ଉପଭୋକ୍ତା ମାନେ କେସିଙ୍ଗା, ଜୁନାଗଡ ବାନେର ଓ ଚନ୍ଦ୍ର ଗିରି ଠାରୁ ବିଦ୍ୟୁତ ଯୋଗାଣ ସୁବିଧା ପାଉଛନ୍ତି । ନେଟୱର୍କ ବ୍ୟବସ୍ଥା ଦୃଷ୍ଟି ରୁ ଭବାନିପାଟଣା କୁ ବିଭାଗ ର ମୁଖ୍ୟାଳୟ ଭାବେ ପରିଗଣନା କରା ଯାଉଛି । ଭବାନିପାଟଣା ଜିଲ୍ଲା ମୁଖ୍ୟାଳୟ ହୋଇ ଥିବାରୁ ନିର୍ବାହୀ ଯନ୍ତ୍ରୀ ମାନେ ଯେ କୌଣସି ଜରୁରୀ ସମୟ ରେ ଜିଲ୍ଲା ସ୍ତରୀୟ ବୈଠକ ରେ ସହଜ ରେ ଉପସ୍ଥିତ ରହି ପାରୁଛନ୍ତି । ସବ ଡ଼ିଭିଜନ ମାନେ ବିଶାଳ ଅଞ୍ଚଳ ରେ ବିସ୍ତୃତ ଥିବାରୁ ଭବାନିପାଟଣା କୁ ଏକ କେନ୍ଦ୍ର ସ୍ଥଳୀ ଭାବରେ ବିଭାଗୀୟ ମୁଖ୍ୟାଳୟ କରାଯାଇଛି ବୋଲି ଜଣାଇଛନ୍ତି।ତେବେ ଧର୍ମଗଡ କୁ ନିର୍ବାହୀ ଯନ୍ତ୍ରୀ ଙ୍କ କ୍ୟାମ୍ପ ଅଫିସ ଭାବେ ସପ୍ତାହ କୁ ଦୁଇ ଦିନ ଉପଭୋକ୍ତା ମାନଙ୍କ ପାଇଁ ଅଫିସ ଚାଲିବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି।

ଏଠାରେ ପ୍ରଶ୍ନ ଉଠୁଚି ଯେ, ଭବାନିପାଟଣା ମୁଖ୍ୟାଳୟ ଠାରୁ ଧର୍ମଗଡ ଓ ଚାରବାହାଲ ୫୦-୭୦ କିମି ମଧ୍ୟ ରେ ରହିଛି । ଏତେ ଦୂରରୁ ବିଦ୍ୟୁତ ଉପଭୋକ୍ତା ମାନେ ମୁଖ୍ୟାଳୟ କୁ ଯାଇ ସେମାନଙ୍କ ର ଆପତ୍ତି ଅଭିଯୋଗ କରିବା ନେଇ ଅସୁବିଧା ର ସମ୍ମୁଖୀନ ହୁଅନ୍ତି । ଏହି ବିଦ୍ୟୁତ ଡ଼ିଭିଜନ କାର୍ଯ୍ୟାଳୟ ରେ ହଜାର ହଜାର ଉପଭୋକ୍ତା ନିର୍ଭର କରୁଥିବା ବେଳେ ବିଭିନ୍ନ ସମୟରେ ଭବାନୀପାଟଣା ଯାଇ ଅଯଥା ହଇରାଣ ହେଉଛନ୍ତି।ସଂପ୍ରତି ବିଧାୟକ ବିଧାନସଭାରେ ଏହି ପ୍ରଶ୍ନ ଉଠାଇବା ଓ ବିଭାଗୀୟ ମନ୍ତ୍ରୀ ଙ୍କ ଉତ୍ତର ପରେ ଏହି ଦିଭିସନ୍ ଧର୍ମଗଡ଼ ଠାରେ ପୁଣି ଥରେ କାର୍ଯ୍ୟକ୍ଷମ ହେବା ଆଶା ଉଜ୍ଜୀବିତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗାଁକୁ ଫେରିଲା ଦାଦନ ଶ୍ରମିକର ଶବ, ଶୋକାକୁଳ ପରିବେଶ ସୃଷ୍ଟି

masiha

ନୂଆପଡାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ସହିତ “ସ୍ବଚ୍ଛଉତ୍ସବ “ଉଦ୍ ଯାପିତ 

Sunil Chandra Nayak

ଖଲିପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!