ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

    ପରୀକ୍ଷା ଦେବା ଆଉ ସଫଳତା ପାଇବା କେବଳ ତୁମ ମାନଙ୍କର ଉଦ୍ଦେଶ୍ୟ ନ ହେଉ ପାଠକୁ ପଢ଼ିବା ପାଇଁ ପଢ । ପରୀକ୍ଷା ଦେବା ପାଇଁ ପଢ଼ିବା ସହିତ ପାଠକୁ ଜାଣିବା ପାଇଁ ପଢ଼ିବା। ଏହି ପଢ଼ିବା ଓ ଜାଣିବା ଦ୍ବାରା ଜୀବନର ପ୍ରତ୍ୟେକ ସମୟରେ ପାଠ ବାଟ ଦେଖାଇବ ବୋଲି ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିବା ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ନବପଲ୍ଲବ’ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଶିକ୍ଷାର୍ଥୀମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ,ଅଧ୍ୟାପକ ମୋହନ ଚରଣ ବିଷି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ , ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି ମଞ୍ଚାସୀନ ଥିଲେ। ଦ୍ବିତୀୟ ବର୍ଷ ଛାତ୍ରୀ ତରୁଣୀ ଛତ୍ରିଆ, ତୁଲେନ୍ଦ୍ରି ବାରିକ, ତପସ୍ଵିନୀ ଜାଲ ସ୍ଵାଗତ ସଂଗୀତ ପରିବେଷଣ ଓ ତୁଲେନ୍ଦ୍ରି ବାରିକ, ଚିନ୍ମୟ ହଂସ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ଅଶୋକ ଚଣ୍ଡୀ, ସାନୁର୍ଯ୍ୟ ଗୋପାଳ ଏବଂ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭାଟପଡା ରେ ଶାଶୁ ବୋହୂ ସମିଳନୀ

masiha

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

masiha

” ଧରମା ତୋଳୁଛି ନୂଆ କୋଣାର୍କ”ର ପାଣ୍ଡୁଲିପି ପୂଜନ

Sunil Chandra Nayak

Leave a Comment

error: Content is protected !!