ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାଧିକ ସମସ୍ୟାରେ ଚାଲିଛି ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ

   ନବରଙ୍ଗପୁର -(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଶିକ୍ଷାର ବିକାଶ ରେ ସମ୍ପୂର୍ଣ୍ଣ ଅବହେଳିତ ଥିବା ଦେଖିବାକୁ ମିଳିଛି।ଭୈରବ ସ୍ନାତକ ମହାବିଦ୍ୟାଳୟ ର ଶିକ୍ଷାର ବିକାଶ ଦିଗରେ ଦେଖିବାକୁ ଗଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ନବରଙ୍ଗପୁର ଜିଲ୍ଲାର ସୁନାମ ଧନ୍ୟ ମହାବିଦ୍ୟାଳୟ କହିଲେ ଡାବୁଗାଁ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟ କୁ ବୁଝାଏ, ହେଲେ ଏହି ମହାବିଦ୍ୟାଳୟରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୁକ୍ତ ତିନି ଅଧ୍ୟୟନ କରିବାକୁ ଆସନ୍ତି।ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯଥା ଉମରକୋଟ,ରାଇଘର, କୁନ୍ଦେଇ,ନବରଙ୍ଗପୁର ଓ ପାପଡାହାଣ୍ଡି ଆଦି ବହୁ ଦୂର ଦୁରାନ୍ତରୁ ଏହି ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସନ୍ତି। ଉକ୍ତ ମହାବିଦ୍ୟାଳୟ ଏହି ଜିଲ୍ଲାରେ ଆରମ୍ଭ ହେଲା ୧୯୮୭ ମସିହାରେ ।ପ୍ରଥମେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶି ରହିଥିଲା।ହେଲେ ଏହି ମହାବିଦ୍ୟାଳୟ ର ପ୍ରଥମ ଅଧ୍ୟକ୍ଷ ଶ୍ରୀ ଶଶାଙ୍କ ଶେଖର ତ୍ରିପାଠୀ। ଜିଲ୍ଲାରେ ପ୍ରଥମେ ଯେତେବେଳେ ଆରମ୍ଭ ହେଲା ସେତେବେଳେ କେବଳ ଯୁକ୍ତ ଦୁଇ କଳା ସହିତ ବିଭିନ୍ନ ବିଭାଗକୁ ନେଇ ଡାବୁଗାଁ ରେ ଥିବା ଭୈରବ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା।୧୯୯୩ ମସିହାରେ ପ୍ରଥମ କରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି ଆରମ୍ଭ ହୋଇଥିଲା।୧୯୯୩ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଶ୍ରୀ ଶଶାଙ୍କ ଶେଖର ତ୍ରିପାଠୀ ଙ୍କ ଅଧ୍ୟକ୍ଷ ଭାର ବହନ କରିଥିଲେ।ସେତିକି ବେଳେ ଯୁକ୍ତ ତିନି ମାତ୍ର ୬ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା।ଏହାପରେ ଆସ୍ତେ ଆସ୍ତେ ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ବହୁ ଦୂରଦୂରାନ୍ତରୁ ଡାବୁଗାଁ ବ୍ଲକ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟ କୁ ପାଠ ପଢିବା ପାଇଁ ଆସନ୍ତି।୨୦୧୨ ପରେ ଏହି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇଥିଲେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ।ଶ୍ରୀ ଗନ୍ତାୟତ ଆଜି ପର୍ଯ୍ୟନ୍ତ ମହାବିଦ୍ୟାଳୟ ରେ କିପରି ପାଠ ପଢା ହେବ କିପରି ଶିକ୍ଷାର ମାନ ବୃଦ୍ଧି ହେବ।ଏଥି ସହିତ ଭିତ୍ତିଭୂମିର ବିକାଶ ପାଇଁ ବହୁ ଚେଷ୍ଟାରେ ଆଜି ପର୍ଯ୍ୟନ୍ତ ଦାୟିତ୍ଵ ତୁଲାଉଛନ୍ତି।ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟତମ ସଚିବ ଭି.କେ ପାଣ୍ଡିଆନ ଙ୍କ ଗ୍ରସ୍ତ ସମୟରେ ମହାବିଦ୍ୟାଳୟ କୁ ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିଲା।ହେଲେ ସେହି ଅନୁଦାନ କେବଳ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ହେଲେ ମହାବିଦ୍ୟାଳୟ ରେ ଅଧ୍ୟାପକ ଙ୍କ ଦୁଃଖ କହିଲେ ଶିକ୍ଷାର ମାନ କେତେ ଦୁର୍ବଳ ତାହା ଅନୁମାନ କରିବା ବାସ୍ତବିକ୍ ଦୁଃଖ ଓ ପରିତାପର ବିଷୟ।ମହାବିଦ୍ୟାଳୟରେ ବିଭିନ୍ନ ବିଭାଗ ରହିଛି।ସେହି ବିଭାଗ ଗୁଡ଼ିକ ମଧ୍ୟରେ ରାଜନୀତିବିଜ୍ଞାନ,ଓଡ଼ିଆ,ଇତିହାସ ଓ ଅର୍ଥନୀତି ଆଦି ବିଭିନ୍ନ ବିଭାଗ ରହିଛି ଏଥି ସହିତ ବାଧ୍ୟତା ମୂଳକ ବିଷୟ କହିଲେ ଇଂରାଜୀ ବିଷୟ ରହିଛି।ଏଥି ସହିତ ପ୍ରତ୍ୟେକ ବିଭାଗରେ ଜଣେ ଲେଖାଏଁ ବିଭାଗୀୟ ମୁଖ୍ୟ ଓ ଜଣେ ଅତିଥି ଅଧ୍ୟାପକ ଙ୍କୁ ନେଇ ଏହି ସବୁ ବିଭାଗ ଚାଲିଛି।ଏହା ସହିତ ଇଂରାଜୀ ବିଷୟ ରେ ଜଣେ ଅତିଥି ଅଧ୍ୟାପକ ଙ୍କୁ ନେଇ ମହାବିଦ୍ୟାଳୟ ଚାଲିଛି।ଏହି ମହାବିଦ୍ୟାଳୟ ରେ ଅର୍ଥନୀତି ବିଭାଗରେ ୩୨,ଇତିହାସ ବିଭାଗରେ ୮୦ ଜଣ ,ରାଜନୀତି ବିଜ୍ଞାନ ବିଭାଗରେ ୭୨ ଜଣ ଓ ଓଡ଼ିଆ ବିଭାଗରେ ୭୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି।ତିନିଟି ବିଭାଗରେ ମୋଟ ୨୫୬ ଜଣ ଛାତ୍ର ଛାତ୍ରୀ ରହିଛନ୍ତି।ଏହା ତିନି ବର୍ଷରେ ମୋଟ ୭୬୮ ଜଣ ଛାତ୍ର ଛାତ୍ରୀ ରହିଛନ୍ତି।ଦୁଃଖର ବିଷୟ ବିଭିନ୍ନ ବିଭାଗରେ ଥିବା ଜଣେ ଲେଖାଏଁ ଅତିଥି ଅଧ୍ୟାପକଙ୍କୁ ବହୁ ସ୍ୱଳ୍ପ ଦରମାରେ ଶିକ୍ଷାଦାନ କରିବା କଷ୍ଟକର ବ୍ୟାପାର ହୋଇଯାଉଛି।ଯାହା ଅର୍ଥ ଦରମା ବାବଦରେ ମିଳୁଛି ସେତିକି ପରିମାଣରେ ଚଳିବା ସମ୍ଭବ ନୁହେଁ।ଆଜିକାଲିର ଦର ମୁତାବକ ଦେଖିବାକୁ ଗଲେ ବହୁତ୍ ସ୍ୱଳ୍ପ ଦରମାରେ ଶିକ୍ଷାଦାନ କରିବା କଷ୍ଟକର ହେଲାଣି।ସେପଟେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଅପେକ୍ଷା ଡାବୁଗାଁ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟ ସ୍ଵତନ୍ତ୍ର।ଜିଲ୍ଲାରେ ୨୦୨୧ ମସିହାରେ ୧୦୦ ପ୍ରତିଶତ ଫଳାଫଳ ହାସଲ କରିବା ସହ ଜିଲ୍ଲାରେ ସବୁ ମହାବିଦ୍ୟାଳୟ ଠାରୁ ଉର୍ଦ୍ଧ ରେ ରହିବା ଆଜି ଜିଲ୍ଲା ପାଇଁ ଗର୍ବ ପାଲଟିଛି।୩୦ ବର୍ଷର ମହାବିଦ୍ୟାଳୟ ବିଭାଗରେ ଜଣେ ବିଭାଗୀୟ ମୁଖ୍ୟ ଓ ଜଣେ ଅତିଥି ଅଧ୍ୟାପକ ଚାଲିବା କଷ୍ଟକର।ସେପଟେ ମାଳ ମାଳ ଭିତ୍ତିଭୂମି ହେଲେ ଅତିଥି ଅଧ୍ୟାପକ ଙ୍କ ଦରମା ସହ ମହାବିଦ୍ୟାଳୟ ରେ ଥିବା ଅନ୍ୟ ବିଭାଗୀୟ ଦାୟିତ୍ଵ ଯଥା କିରାଣି ଓ ପିଅନ ମାନେ ମଧ୍ୟ ବହୁ ସ୍ୱଳ୍ପ ଦରମାରେ ଚଳିବା କଷ୍ଟ ହେଉଛି।ଏହି ଅନୁଷ୍ଠାନରେ ଅନ୍ୟ ଦୁଇଟି ଦୂରଶିକ୍ଷା ବିଭାଗ ଯଥା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଚାଲିଛି।ତେଣୁ ପ୍ରଶାସନ ମହାବିଦ୍ୟାଳୟ ପ୍ରତି ନଜର ନ ରହିବା ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍l

Related posts

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

masiha

ମନରେଗା ଯୋଜନାରେ ଚଳୁ କରୁଛନ୍ତି ସରକାରୀ ଟଙ୍କା! ମଣିଷ ବଦଳ ରେ ମେସିନ କରୁଛି କାମ! ନିରୀହ ଆଦିବାସୀ ଙ୍କ ନା ରେ ଉଠୁଛି ଟଙ୍କା କିନ୍ତୁ ମାଲାମାଲ ଯନ୍ତ୍ରୀ ଓ ଠିକାଦାର

Sunil Chandra Nayak

୩ଏକର ଜମିର ଧାନ ପୋଡି ନଷ୍ଟ: ସରକାରୀ ସହୟତା ଅପେକ୍ଷାରେ ଚାଷୀ

Sunil Chandra Nayak

Leave a Comment

error: Content is protected !!