ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ଏକର ଜମିର ଧାନ ପୋଡି ନଷ୍ଟ: ସରକାରୀ ସହୟତା ଅପେକ୍ଷାରେ ଚାଷୀ

ନବରଙ୍ଗପୁର 2/1 – (ମସିହା) ଆଜି ଅପରାହ୍ନ 4 ଘଟିକା ସମୟରେ ଏକ ଧାନ ଗଦାରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ଜଟାବାଲ୍ ପଞ୍ଚାୟତ ଅନ୍ତର୍ଗତ ସରାଗୁଡା ଗ୍ରାମରେ | ସରାଗୁଡା ଗ୍ରାମର ଖଗପତି ଭତରା ପିତା ଜଗ ଭତରା 3 ଏକର ଜମିରେ ଧାନ ଚାଷ କରି ତାଙ୍କ ଖଳାରେ ରଖିଥିଲେ | ଆଜି ଅପରାହ୍ନ କିଛି ଛୋଟ ପିଲାମାନେ ଖଳାରେ ଖେଳୁଥିଲେ , ଏହି ସମୟରେ ହଠାତ ତାଙ୍କ ଧାନ ଗଦା ରେ ନିଆଁ ଲାଗି ଯାଇଥିଲା | ଏହା ଦେଖି ପିଲାମାନେ ଖଗପତି ଙ୍କୁ ଖବର ଦେଇଥିଲେ | ଖଗପତିର ପାଟି ଶୁଣି ସାହି ପଡିସା ଲୋକେ ନିଆକୁ କାବୁ କରିବାକୁ ଚେଷ୍ଠା କରି ବିଫଳ ହୋଇଥିଲେ | ପରେ ଗାଁ ଲୋକେ ପାପଡାହାଣ୍ଡି ଦମକଳ ବାହିନୀ କୁ ଫୋନ କରିଥିଲେ | ଦମକଳ ବାହିନୀ ଆସି ଧାନ ଗଦାର ନିଆକୁ କାବୁ କରିଥିଲେ | ଖଗପତି ଧାର କରଜ କରି ଧାନ ଚାଷ କରିଥିଲେ , ବର୍ତମାନ ସେ କେମିତି ଧାର ସୁଝିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି | ଖଗପତି ଙ୍କ ଧାନ କୁ ଆକଳନ କରି ଜିଲ୍ଲା ପ୍ରଶାସନ କ୍ଷତି ପୂରଣ ଦେବାପାଇଁ ଚାଷୀ ମହଲରେ ଦାବି ହୋଇଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଲୁହାଶିଳା ଆର କେ ଜୁନିୟର କଲେଜରେ   ମତଦାତା ଦିବସ ପାଳିତ

masiha

ବେହେରା ରେ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

Sunil Chandra Nayak

ମହିଳା କଲ୍ୟାଣକାରୀ ସୁଭଦ୍ରା ଯୋଜନା ଲୋକାର୍ପଣ ଶୁଭ ଅବସରରେ ରାଇରଙ୍ଗପୁର ବ୍ଲକ ରେ ଆୟୋଜିତ ହେଲା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!