ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା

ରାଉରକେଲା/ ଆଶ୍ରା ଗ୍ରୁପ ର ସଦସ୍ୟମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ,ଡେପୁଟି କମିସନର ,ଏସପି, ଏକ୍ସସାଇଜ଼ ଇନ୍ସପେକ୍ଟର ଓ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କୁ ସାକ୍ଷାତ କରି ନୂଆ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ, କେମିତି ବିଭିନ୍ନ ବସ୍ତି ଅଂଚଳ ରେ ବିକ୍ରି ହେଉଥିବା ମଦ କୁ ସମ୍ପୂର୍ଣ ବନ୍ଦ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମସ୍ତେ ଆମମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଅବକାରୀ ବିଭାଗୀୟ ଅଧିକାରୀ ଆମ କୁ ପ୍ରତିଶୃତି ଦେଇଥିଲେ ଯେ ଆଉ ଭାଟି ମଦ ବି ବସ୍ତି ଅଂଚଳ ରେ ବିକ୍ରି ହେବ ନାହିଁ। ଚୋରା ମଦ ସହିତ ଭାଟି ମଦ ବି ସମ୍ପୂର୍ଣ ବନ୍ଦ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଯେଉଁଠି ଚୋରା ମଦ ବିକ୍ରି ହେଉଛି ସୂଚନା ମିଳିଲେ ସମ୍ପୂର୍ଣ ବନ୍ଦ କରାଯିବ ବୋଲି ରାଉରକେଲା ର ଏସପି ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ଆଶ୍ରା ଗ୍ରୁପ ରେ ରାଉରକେଲା ର ପ୍ରତି ୱାର୍ଡ ରୁ ମହିଳା ଯୋଡି ହୋଇଛନ୍ତି । ସମସ୍ତେ ଚାହୁଁଛନ୍ତି ନିଜ ନିଜ ୱାର୍ଡ ରୁ ମଦ ବିକ୍ରି ବନ୍ଦ ହେଉ ଆଉ ବସ୍ତି ଅଂଚଳ ର ପିଲା ମାନେ ପlଠ ପଢନ୍ତୁ, ପରିବେଶ ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ରହୁ। ଏହାହିଁ ଆଶ୍ରା ଗ୍ରୁପ ର ଉଦ୍ଦେଶ୍ୟ। ଆଶ୍ରା ଗ୍ରୁପ ର ସଭାପତି ମିନତୀ ଦେବତା ଙ୍କ ନେତୃତ୍ୱ ରେ ବାସନ୍ତୀ ଦାସ, ବନିତା ଦାସ, ସବିତା ଜାମୁଡା, ମଞ୍ଜୁ ଅମ୍ବିକା, ଆରତୀ, ଅର୍ଚ୍ଚନା, ଲକ୍ଷ୍ମୀ , ବାସନ୍ତୀ ମହାନ୍ତି,ରିତୁ , ମାହେଶ୍ୱରୀ, ପ୍ରୀତି, ରୀନା, ସସ୍ମିତା ମହଲ, ପ୍ରିୟଙ୍କା, ଖୁସବୁ ସୋନି, ଲଳିତା, ଲକ୍ଷ୍ମୀ ଶାହ, ସଂଗୀତା, ନିରୁପମା, ସୁଜାତା, ପ୍ରଣତି, ରୋଜାଲିନ ଦାସ ତୁଳସୀ ଶାହ, ଟିକି, ଭାଲେରିଆ ମୁଣ୍ଡା , ପ୍ରଭାସିନୀ ପ୍ରମୁଖ ସଦସ୍ୟାମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ହାଇସ୍କୁଲ କର୍ମଚାରୀ ସିମାଞ୍ଚଳ ଦାସଙ୍କ ପରଲୋକ

Sunil Chandra Nayak

ବିଶ୍ଵ ଏଡସ୍ ଦିବସ ପାଳିତ 

masiha

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

Leave a Comment

error: Content is protected !!